ପ୍ରବଳ ତୁଷାରପାତ, ଶିମ୍‌ଲାର ତାପମାତ୍ରା ମାଇନସ୍‌ ୨.୧ ଡିଗ୍ରୀକୁ ଖସିଲା

ଶିମ୍‌ଲା,୫ା୨: ହିମାଚଳପ୍ରଦେଶରେ ପ୍ରବଳ ତୁଷାରପାତ ହେବାରୁ ଶିମ୍‌ଲାର ତାପମାତ୍ରା ମାଇନସ ୨.୧ ଡିଗ୍ରୀକୁ ଖସିଛି। ଏହା ଚଳିତବର୍ଷ ସର୍ବନିମ୍ନ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟାରେ ପର୍ଯ୍ୟଟନସ୍ଥଳୀ କୁଫ୍ରୀରେ ସର୍ବାଧିକ ତୁଷାରପାତ ହୋଇଛି ଏଠାରେ ୬୦.୦ ସେମି ବରଫ ବର୍ଷା ରେକର୍ଡ କରାଯାଇଛି । ଏହାସହ ଛୋପଲରେ ୪୫.୭ ସେମି ଏବଂ ସିମ୍‌ଲାରେ ୩୨.୬ ସେମି ବରଫ ବର୍ଷା ରେକର୍ଡ କରାଯାଇଛି।

ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ୭୫୪ଟି ସଡ଼କ ପଥ ଏବଂ ୩ଟି ଜାତୀୟ ରାଜପଥରେ ସେବା ବାଧାପ୍ରାପ୍ତ ହୋଇଛି। ତେବେ ବରଫ ଆଚ୍ଛାଦିତ ରାସ୍ତାଗୁଡ଼ିକୁ ସଫା କରାଯାଉଛି।