ଫସିଗଲେ ଶିଳ୍ପା ସେଟ୍ଟୀ, ରାଜ କୁନ୍ଦ୍ରା! କୋର୍ଟ ଦେଲେ ଏମିତି ନିର୍ଦ୍ଦେଶ

ମୁମ୍ବାଇ,୧୨ା୧୨: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଜାରି ହୋଇଥିବା ଲୁକ୍‌ଆଉଟ୍‌ ସର୍କୁଲାରକୁ ଉଠାଇବାକୁ ହେଲେ ସେମାନଙ୍କୁ ୬୦ କୋଟି ଟଙ୍କା ଜମା କରିବାକୁ କିମ୍ବା ଏକ ଜାତୀୟକରଣ ବ୍ୟାଙ୍କରୁ କ୍ରମାଗତ ବ୍ୟାଙ୍କ ଗ୍ୟାରେଣ୍ଟି ଦାଖଲ କରିବାକୁ ବମ୍ବେ ହାଇକୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ମୁମ୍ବାଇ ପୋଲିସର ଆର୍ଥତ୍କ ଅପରାଧ ଶାଖା ଶିଳ୍ପା ଏବଂ ରାଜ କୁନ୍ଦ୍ରାଙ୍କ ବିରୋଧରେ ବହୁକୋଟି ଟଙ୍କା ଠକେଇ ମାମଲା ରୁଜୁ କରିଥିବାବେଳେ ସେମାନଙ୍କ ବିଦେଶ ଗସ୍ତ ଉପରେ କଟକଣା ପାଇଁ ଲୁକ୍‌ଆଉଟ୍‌ ସର୍କୁଲାର (ଏଲ୍‌ଓସି) ଜାରି ହୋଇଛି। ତେବେ କୁନ୍ଦ୍ରାଙ୍କ ଅସୁସ୍ଥ ବାପାଙ୍କୁ ଦେଖିବା ପାଇଁ ସେମାନେ ଲଣ୍ଡନ ଯିବା ନିମନ୍ତେ ଏଲ୍‌ଓସି ସ୍ଥଗିତ ରଖିବା ଲାଗି ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ଖବର ଅନୁଯାୟୀ କୁନ୍ଦ୍ରାଙ୍କ ବାପାଙ୍କଠାରେ ରକ୍ତହୀନତା ସମେତ ବିଭିନ୍ନ ଦୀର୍ଘସ୍ଥାୟୀ ସମସ୍ୟା ଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେଉଛି। ଡାକ୍ତରମାନେ ତାଙ୍କୁ କ୍ୟାପ୍‌ଶୁଲ୍‌ ଏଣ୍ଡୋସ୍କୋପି କିମ୍ବା ଡବଲ-ବେଲୁନ୍‌ ଏଣ୍ଟରସ୍କୋପି ଚିକିତ୍ସା ପାଇଁ ପରାମର୍ଶ ଦେଇଛନ୍ତି। ସ୍ବାସ୍ଥ୍ୟଗତ ଜରୁରୀ ସ୍ଥିତି ଦର୍ଶାଇ ଶିଳ୍ପା ଓ କୁନ୍ଦ୍ରା ଜାନୁଆରୀ ୨୦ ପୂର୍ବରୁ ଲଣ୍ଡନ ଯିବା ଲାଗି ଅନୁମତି ମାଗିଥିଲେ।

 

Dharitri – The Largest & Most Trusted Odia Daily