ହ୍ବିଲ୍‌ ଚେୟାରରେ ବସି ଯୋଗ କଲେ ଶିଳ୍ପା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ନିଜର ଲୁକ୍‌ ଏବଂ ଫିଟ୍‌ନେସକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଏକ ଫିଲ୍ମର ଶୁଟିଂ ସମୟରେ ଅଭିନେତ୍ରୀ ବାମ ଗୋଡ ଆଘାତ ଲାଗିବା ଘଟଣା ତାଙ୍କ ପ୍ରଶଂସକଙ୍କୁ ଦୁଃଖିତ କରିଥିଲା। ଏପରିକି ସେ ହ୍ବିଲ୍‌ ଚେୟାରରେ ସୋସିଆଲ ମିଡିଆରେ ଫଟୋ ଶେୟାର କରିଥିଲେ, ଯେଉଁଥିରେ ତାଙ୍କ ଗୋଡ ଫ୍ଲାଷ୍ଟର କରାଯାଇଥିଲା। ହେଲେ ଏବେ ଆଉ ଏକ ଫଟୋ ଶେୟାର କରିଛନ୍ତି ଶିଳ୍ପା। ସେହି ଫଟୋରେ ଗୋଡରେ ଆଘାତ ଲାଗିଥିବା ସତ୍ତ୍ୱେ ସେ ଯୋଗ କରୁଥିବା ନଜର ଆସିଛନ୍ତି। ତେବେ ଫଟୋ ଶେୟାର କରି କ୍ୟାପ୍‌ସନରେ ଲେଖିଛନ୍ତି, ଆଘାତ ମୋତେ ମୋର ନିତ୍ୟ ବ୍ୟବହାର୍ଯ୍ୟ ଉପଭୋଗ କରିବାରେ କାହିଁକି ଅଟକାଇବ? ଏହାସହ ସେ ଯୋଗ କରିଥିବା ଆସନର ଉପକାରିତା ମଧ୍ୟ ତାଲିକାଭୁକ୍ତ କରିଛନ୍ତି।