Categories: Home Leftଖେଳ

ଆଇଏମ୍‌ଜି ରିଲାଏନ୍ସ ସହ ଧାଓ୍ବନଙ୍କ ଚୁକ୍ତି

ମୁମ୍ବାଇ,୨୨।୭(ପି.ଟି.): ଭାରତୀୟ ଅଭିଜ୍ଞ ଓପନର ଶିଖର ଧାଓ୍ବନ୍‌ ଏକ ବଡ଼ ଧରଣର ମାର୍କେଟିଂ ଓ ମ୍ୟାନେଜମେଣ୍ଟ ଚୁକ୍ତି କରିଛନ୍ତି। ସେ ଆଇଏମ୍‌ଜି ରିଲାଏନ୍ସ ସହ ଏକ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଫଳରେ ଆଇଏମ୍‌ଜି ପ୍ଲେୟାର ମ୍ୟାନେଜମେଣ୍ଟ ରୋଷ୍ଟରରେ ରୋହିତ ଶର୍ମା, ଯଶପ୍ରୀତ ବୁମ୍‌ରା, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଶ୍ରେୟାସ ଆୟରଙ୍କ ସହ ଧାଓ୍ବନ ସାମିଲ ହୋଇଛନ୍ତି। ଏହି ଚୁକ୍ତିରେ ସ୍ବାକ୍ଷର କରି ବେଶ୍‌ ଖୁସି ବୋଲି ଧାଓ୍ବନ କହିଛନ୍ତି। ଭାରତରେ ଆଇଏମ୍‌ଜି ରିଲାଏନ୍ସ ବେଶ୍‌ ଭଲ କାମ କରୁଛି। ରିଲାଏନ୍ସ ସହ ପୂର୍ବରୁ ଭିନ୍ନଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିବିଶେଷ ସାମିଲ ହୋଇଛନ୍ତି। ଏହି କମ୍ପାନୀ ସହ ସାମିଲ ହୋଇ ବେଶ୍‌ ଉତ୍ସାହିତ ଅଛି। କ୍ରିକେଟ ସହିତ ପୂର୍ବଭଳି ଜଡିତ ରହିବି ଓ ଏହା ଉପରେ ମନୋନିବେଶ କରିବି। ଏବେ ପଡିଆ ବାହାରେ ଆଇଏମ୍‌ଜି ରିଲାଏନ୍ସ ସହ ଜଡିତ ରହି ମୋର ପ୍ରତିଭାକୁ ଆହୁରି ବୃଦ୍ଧି କରିବାକୁ ପ୍ରୟାସ କରିବି ବୋଲି ସେ କହିଛନ୍ତି। ୩୪ ବର୍ଷୀୟ ଧାଓ୍ବନ ଏପର୍ଯ୍ୟନ୍ତ ୩୪ଟି ଟେଷ୍ଟ ଓ ୧୩୬ଟି ଦିନିକିଆ ମ୍ୟାଚ୍‌ ଖେଳି ୮,୦୦୦ରୁ ଊର୍ଦ୍ଧ ରନ ସଂଗ୍ରହ କରିଛନ୍ତି। ଧାଓ୍ବନ ହେଉଛନ୍ତି ଜଣେ ପ୍ରତିଭାସମ୍ପନ୍ନ କ୍ରିକେଟର। ତାଙ୍କ ପାଖରେ ଏକାଧିକ ପ୍ରତିଭା ରହିଛି। ଏକ ବ୍ରାଣ୍ଡ୍‌ ସୃଷ୍ଟି କରିବାରେ ଧାଓ୍ବନ ସହାୟ ହେବେ ବୋଲି ଆଇଏମ୍‌ଜି ରିଲାଏନ୍ସ ଟ୍ୟାଲେଣ୍ଟ ଓ ସ୍ପୋନ୍ସରଶିପ୍‌ ମୁଖ୍ୟ ନିଖିଲ ବାର୍ଡିଆ କହିଛନ୍ତି।