Categories: Home Leftଖେଳ

ବୋଟ୍‌ ଚାଳକଙ୍କ ପାଇଁ ମହଙ୍ଗା ପଡ଼ିପାରେ ଶିଖର ଧାଓ୍ବନଙ୍କ ଭୁଲ

ବାରଣାସୀ,୨୫।୧: ଭାରତୀୟ କ୍ରିକେଟର ଶିଖର ଧାଓ୍ବନଙ୍କ ଫଟୋ ଉତ୍ତର ପ୍ରଦେଶ ବାରଣାସୀର ଜଣେ ବୋଟ ଚାଳକଙ୍କୁ ମହଙ୍ଗା ପଡ଼ିପାରେ  ପଡ଼ିପାରେ। ବୋଟ୍‌ରେ ବସିଥିବା ଧାଓ୍ବନ ପକ୍ଷୀମାନଙ୍କୁ ଖାଦ୍ୟ ଦେଉଥିବା ଫଟୋରେ ଦେଖିବାକୁ ମିଳୁଛି। ‘ପକ୍ଷୀଙ୍କୁ ଖୁଆଇବା ଗୋଟେ ସୁଖ’ ବୋଲି ଏହି କ୍ରକେଟର କ୍ୟାପଶନରେ ଲେଖିଛନ୍ତି। ବର୍ତ୍ତମାନ ବାର୍ଡ ଫ୍ଲୁ ପରିସ୍ଥିତି ଚାଲିଥିବାରୁ ବାରଣାସୀ ସହରରେ ପକ୍ଷୀଙ୍କୁ ଖାଦ୍ୟ ଖୁଇବାରେ କଟକଣା ଜାରି କରାଯାଇଛି।

ବାରଣାସୀ ଜିଲା ମାଜିଷ୍ଟ୍ରେଟ କୌଶାଳ ରାଜ ଶର୍ମା କହିଛନ୍ତି, ବୋଟ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବାର୍ଡ ଫ୍ଲୁ ସମୟରେ ପର୍ଯ୍ୟଟକଙ୍କୁ ବୋଟରେ ପକ୍ଷୀଙ୍କୁ ଖାଦ୍ୟ ଦେବା ପାଇଁ ଅନୁମତି ଦେଇ ଉକ୍ତ ବୋଟ ଚାଳକ ପ୍ରଶାସନର ଗାଇଡ୍‌ଲାଇକୁ ବେଖାତିର କରିଛନ୍ତି। ଏଥି ନେଇ ପର୍ଯ୍ୟଟକ ତଥା ଭାରତୀୟ କ୍ରିକେଟରଙ୍କୁ କୌଣସି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ପ୍ରଶାସନର ଏହି ନିୟମ ସମ୍ପର୍କରେ ପର୍ଯ୍ୟଟକମାନେ ସାଧାରଣତଃ ଅବଗତ ନ ଥାନ୍ତି ବୋଲି ମାଜଷ୍ଟ୍ରେଟ କହିଛନ୍ତି। ତେବେ ଏହି ଭୁଲ ପାଇଁ ବୋଟ ଚାଳକଙ୍କୁ ନୋଟିସ ଜାରି କରାଯିବ ଓ ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇପାରେ।