ହାସିନାଙ୍କୁ ନାଲି ଆଖି ଦେଖାଇଲେ ୟୁନୁସ୍‌, କରିଦେଲେ ଏମିତି, ଚିନ୍ତାରେ…

ଢାକା,୨୭।୧: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଆଉ ଏକ ବଡ଼ ଝଟକା ଦେଇପାରନ୍ତି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ତାଙ୍କ ଝିଅ ସାଇମା ୱାଜେଦଙ୍କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ପଦରୁ ହଟାଇବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି।

ଦିଲ୍ଲୀରେ ରହୁଥିବା ସାଇମା ୱାଜେସ ପେଶାରେ ଜଣେ ମନସ୍ତତ୍ତ୍ୱବିତ୍‌ ଏବଂ ନ୍ୟୁରୋଡେଭଲପମେଣ୍ଟାଲ ଡିସଅର୍ଡର ଉପରେ ବ୍ୟାପକ ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କୁ ଜାନୁଆରୀ ୨୩, ୨୦୨୪ରେ ଜେନେଭାରେ ଡବ୍ଲ୍ୟୁଏଚ୍‌ଓ କାର୍ଯ୍ୟନିର୍ବାହୀ ବୋର୍ଡ ଦ୍ୱାରା WHO ଆଞ୍ଚଳିକ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଥିଲା। ଦୁର୍ନୀତି ଅଭିଯୋଗ ପାଇଁ ବାଂଲାଦେଶ ଦୁର୍ନୀତି ନିବାରଣ କମିଶନ (ଏସିସି) ଦ୍ୱାରା ତାଙ୍କ ବିରୋଧରେ ତଦନ୍ତ କରାଯାଉଛି।

ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଜଣେ ଅଧିକାରୀ କହିଛନ୍ତି, ୱାଜେଦଙ୍କୁ WHOରୁ ହଟାଇବା ପାଇଁ ACC ଆବଶ୍ୟକୀୟ ପଦକ୍ଷେପ ନେଇଛି। ତାଙ୍କୁ ହଟାଇବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଚିଠି ପଠାଇବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଆନ୍ଦୋଳନ ପରେ ଦେଶରେ ୭୬ ବର୍ଷୀୟା ଶେଖ ହାସିନା ଭାରତ ପଳାଇ ଆସିଥିଲେ। ଏହା ପରେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱରେ ଦେଶରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଥିଲା।

Share