ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ଆଶ୍ଚର୍ଯ୍ୟଜନକ ହୋଇଥିବାବେଳେ ଆଉ କିଛି ଭିଡିଓ ହସର ଖୋରାକ ଯୋଗାଇଥାଏ। ଆଉ କିଛି ଭିଡିଓ ଦେଖିଲେ ଲୋମ ବି ଟାଙ୍କୁରି ଉଠେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିବାବେଳେ ଭୟ ବି ଲାଗୁଛି। ଏହି ଭିଡିଓରେ ଏକ ମେଣ୍ଢା ଗୋଟିଏ ଛୋଟ କୁନି ପୁଅକୁ ଗୋଡ଼ାଇ ଗୋଡ଼ାଇ ପିଛା କରୁଛି। ପ୍ରଥମେ ପୁଅଟି ଖସିଯିବାକୁ ଚେଷ୍ଟା କରୁଛି କିନ୍ତୁ ଶେଷରେ ସେ କ୍ଳାନ୍ତ ହୋଇଯାଏ। ମେଣ୍ଢାଟି ତାକୁ ଗୋଡ଼ାଇ ଗୋଡ଼ାଇ ମୁଣ୍ଡିଆ ମାରୁଛି।
ଭିଡିଓଟି ଏକ ଛୋଟ ପାହାଡ଼ିଆ ଅଞ୍ଚଳରେ ହୋଇଥିବା ଦେଖାଯାଉଛି। ଏକ ଛୋଟ ପୁଅ ସହ ତା’ର ଦୁଇ ବନ୍ଧୁ ଏକ ଗଛ ପଛରେ ଲୁଚିଯାଉଛନ୍ତି, କିନ୍ତୁ ମେଣ୍ଢା କେବଳ ଗୋଟିଏ ପୁଅକୁ ପିଛା କରୁଛି। ହୁଏତ ଏହା ତାକୁ ବହୁତ ଅସୁବିଧାରେ ପକାଇଛି। ପୁଅଟି ଏବେ ଖସିଯିବାକୁ ଚେଷ୍ଟା କରି ଦୌଡ଼ୁଥିବା ଦେଖାଯାଉଛି, କିନ୍ତୁ ମେଣ୍ଢା ହାର ମାନିବାକୁ ନାରାଜ। ତା’ପରେ, ଯେତେବେଳେ ପୁଅଟି ଦୌଡ଼ି ଦୌଡ଼ି କ୍ଳାନ୍ତ ହୋଇଗଲା, ସେ ବସିଗଲା। ମେଣ୍ଢା ତା’ର ସୁଯୋଗ ନେଇଗଲା। ଏହା ତାକୁ ଶିଙ୍ଗରେ ମୁଣ୍ଡିଆ ପରେ ମୁଣ୍ଡିଆ ମାରି ଚାଲିଲା। ପରେ ଭିଡିଓ ଶୁଟିଂ କରୁଥିବା ବ୍ୟକ୍ତି ସାହାଯ୍ୟ କରିବାରୁ ମେଣ୍ଢା ଶାନ୍ତ ପଡ଼ିଲା।
ଏହି ମଜାଦାର ଭିଡିଓଟିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରରେ @VillageGuluva ନାମକ ୟୁଜରଙ୍କ ଦ୍ୱାରା ଶେୟାର କରାଯାଇଛି, ଯେଉଁଥିରେ ମଜାଦାର କ୍ୟାପଶନରେ ଲେଖାଯାଇଛି, ମୁଁ ଏହି ପୁଅ ଉପରେ ବହୁତ ରାଗିଛି। ସେ ବଞ୍ଚିବାର ପ୍ରଥମ ନିୟମ ଭାଙ୍ଗିଛି। ତାକୁ ଦୌଡ଼ିବା ବନ୍ଦ କରିବା ଉଚିତ୍ ନୁହେଁ।
ଏହି ୧ ମିନିଟ ଛଅ ସେକେଣ୍ଡର ଭିଡିଓଟି ୫୭୮୦୦୦ରୁ ଅଧିକ ଥର ଦେଖାଯାଇଛି। ୪୦୦୦ରୁ ଅଧିକ ଲାଇକ୍ ଏବଂ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କେତେକ ୟୁଜର ପଚାରିଛନ୍ତି, ପିଲାଟିର ସାଙ୍ଗମାନେ ତାଙ୍କୁ କାହିଁକି ସାହାଯ୍ୟ କରୁନାହାନ୍ତି? ଆଉ କିଛି ୟୁଜର୍ସ ପଚାରିଛନ୍ତି, ମେଣ୍ଢା ପୁଅଟିକୁ କାହିଁକି ପିଛା କରୁଛି।