Categories: ଅନୁଗୋଳ

ଶାଳ, ଶାଗୁଆନ କାଠ ଜବତ

ଛେଣ୍ଡିପଦା,୨୪।୪ (ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡା ବନାଞ୍ଚଳ ପୁଟଗାଡିଆ ଗ୍ରାମ ନିକଟସ୍ଥ ଏକ ଆମ୍ବତୋଟାରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଶାଳ ଗଣ୍ତି ଓ ଶାଗୁଆନ କାଠ ଜବତ କରାଯାଇଥିବା ବେଳେ ବନବିଭାଗକୁ ଦେଖି ଘଟଣାସ୍ଥଳରୁ କାଠ ମାଫିଆମାନେ ଫେରାର ହୋଇଯାଇଥିଲେ। ଘଟଣାରୁ ପ୍ରକାଶ, ଜରପଡା ବନାଞ୍ଚଳରେ ଦୀଘ ଦିନ ହେବ ବେଆଇନ ଭାବେ ମୂଲ୍ୟବାନ କାଠ କଟାଯାଇ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିବା ଜରପଡା ବନବିଭାଗ ବିଶ୍ବସ୍ତ ସୂତ୍ରରୁ ଖବରପାଇ ପୁଟଗାଡିଆ ଗ୍ରାମ ନିକଟସ୍ଥ ଏକ ଆମ୍ବତୋଟାରେ ଚଢାଉ କରିଥିଲେ। ଚଢାଉ ବେଳେ ବନବିଭାଗକୁ ଦେଖି ମାଫିଆମାନେ ଫେରାର ହୋଇଯାଇଥିବା ବେଳେ ସେଠାରୁ ୨୦ଟି ଶାଳ ଓ ଶାଗୁଆନ ଗଣ୍ତି ଜବତ କରିବା ସହ ପଟା ଜବତ କରିଛି। ଜବତ କାଠ ପ୍ରାୟ ୩୦ ସିଏଫ୍‌ଟିରୁ ଊଦ୍ଧର୍‌ବ ହେବ ବୋଲି ବନବିଭାଗ ପ୍ରକାଶ କରିଛି।
ଜବତ କାଠକୁ ଜରପଡା ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯିବା ସହିତ ଏ ନେଇ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଥିବା ବନବିଭାଗ ପ୍ରକାଶ କରିଛି।