Categories: Home Leftଖେଳ

ବିବାହ ବନ୍ଧନରେ ବାନ୍ଧି ହେଲେ ଶାର୍ଦୁଲ ଠାକୁର

ନୂଆଦିଲ୍ଲୀ,୨୭।୨: ବିବାହ ବନ୍ଧନରେ ବାନ୍ଧି ହେଲେ ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଅଲରାଉଣ୍ଡର ଶାର୍ଦୁଲ ଠାକୁର। ସୋମବାର ସେ ତାଙ୍କ ବନ୍ଧୁ ମିତାଲି ପାରୁଲକରଙ୍କୁ ବିବାହ କରିଛନ୍ତି। ମୁମ୍ବାଇରେ ଦୁହେଁ ମରାଠି ରୀତିନୀତିରେ ସାତଫେରା ନେଇଛନ୍ତି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିବାହରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା, ଶ୍ରେୟସ ଅୟରଙ୍କ ବ୍ୟତିତ ୟୁଜବେନ୍ଦ୍ର ଚହଲଙ୍କ ପତ୍ନୀ ଧନଶ୍ରୀ ଭର୍ମା, ଅଭିଷେକ ନାୟାରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ବିବାହ ପୂର୍ବରୁ ଏହି ଦମ୍ପତିଙ୍କ ହଳଦୀ, ସଙ୍ଗୀତ ସମାରୋହ ମଧ୍ୟ ଆୟୋଜିତ ହୋଇଥିଲା। ଶାର୍ଦୁଲ-ମିତାଲି ୨୦୨୧ ନଭେମ୍ବରରେ ନିର୍ବନ୍ଧ କରିଥିଲେ। ନିର୍ବନ୍ଧ ସମାରୋହରେ କ୍ରିକେଟର୍‌ ରୋହିତ ଶର୍ମାଙ୍କୁ ବି ଦେଖିବାକୁ ମିଳିଥିଲା।

ମିତାଲି ହେଉଛନ୍ତି ବୃତ୍ତିରେ ଜଣେ ବ୍ୟବସାୟୀ। ସେ ‘ଅଲ ଦ ବେଷ୍ଟ’ ନାମରେ ଏକ ଷ୍ଟାର୍ଟଅପ କମ୍ପାନୀ ଚଳାଉଛନ୍ତି। ସେମାନେ ଦୀର୍ଘ ବର୍ଷ ହେବ ପରସ୍ପରକୁ ଡେଟ୍‌ କରିବା ପରେ ଏବେ ବିବାହ କରିଛନ୍ତି।