ଗଞ୍ଜାମ,୨।୧୦(ବିଦ୍ୟାଧର ସାହୁ): ଗତ କାଲି ରାତିରୁ ଲଘୁଚାପ ଜନିତ ତୁହାକୁ ତୁହା ବର୍ଷା ଲାଗି ରହିଛି l ବର୍ଷା ସହ ବେଳକୁ ବେଳ ପବନର ବେଗ ମଧ୍ୟ ବଢୁଥିବା ପରିଲିକ୍ଷିତ ହେଉଛି। ସକାଳ ସମୟରେ ମଧ୍ୟ ତୁହାକୁ ତୁହା ବର୍ଷା ଯୋଗୁ ଗଞ୍ଜାମ ସହର ବେହାଲ ହୋଇପଡିଛି l ବଜାର ମlନ୍ଦା l ଏଥିପାଇଁ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି l ଏହାଯୋଗୁ ଗାଡି ପୂଜା ପୁଜିରେ ବ୍ୟାଘାତ ଘଟିଛି l ବର୍ଷା ପାଇଁ ଶାରଦୀୟ ଦଶହରା ଦୁର୍ଗା ପୂଜା ଫିକା ପଡିଲା ବୋଲି ଲୋକେ କୁହାକୁହି ହେଉଛନ୍ତି l ଦୁଇ ଦିନ ଧରି ଏଭଳି ପବନ ବର୍ଷା ଲାଗି ରୁହେ ଗତ ଫାଇଲିନ କଥା ମନେପଡୁଛି ବୋଲି ପୁଇଁତୋଳା ଗ୍ରାମ୍ୟ କମିଟି ସମ୍ପାଦକ ସୁଦାମ ଚରଣ ଜେନା କହିଛନ୍ତି l