ଗଞ୍ଜାମ,୬।୮(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ କରପଡା ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମ ସ୍ଥିତ ପର୍ବତ ଶିଖରେ ତ୍ରିଗୁଣଆତ୍ମିକ ସ୍ବରୂପା ଜଗତ ଜନନୀ ମା’ ରାମଚଣ୍ଡୀଙ୍କ ଶକ୍ତିପୀଠ ଅବସ୍ଥିତ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ଆଡମ୍ବରରେ ଷୋଡଶ ଦିନାତ୍ମକ ଶାରଦୀୟ ଦୁର୍ଗାତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଚଳଚଞ୍ଚଳ ସମଗ୍ର ଅଞ୍ଚଳ। ଏହି ପୂଜା ଚଳିତ ମାସ ୧୪ ରୁ ଆରମ୍ଭ ହୋଇ ୨୯ ପର୍ଯ୍ୟନ୍ତ ଚାଲିବ। ମା’ଙ୍କ ଚଣ୍ଡୀପାଠ, ବେଦ ପାଠ, ଅଖଣ୍ଡ ଦୀପ ଯଜ୍ଞ, ନାମ ଯଜ୍ଞ, ନିତ୍ୟ ସହସ୍ର କୁଙ୍କୁମାର୍ଚନ ସେବା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିପାଇଁ ମା’ ରାମଚଣ୍ଡୀ ମନ୍ଦିର ଟ୍ରଷ୍ଟ, ପୂଜା କମିଟି ଓ ପରିଚାଳନା କମିଟି ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ପୂଜା ସମୟରେ ଆଇନ ଶୃଙ୍ଖଳା ଓ ଭକ୍ତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ନିୟୋଜିତ କରିବା ଲାଗି ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର ଏବଂ ଛତ୍ରପୁର ଆଇଆଇସିଙ୍କୁ ଲିଖିତ ଅବଗତ କରାଯାଇଛି। ମନ୍ଦିର ଟ୍ରଷ୍ଟ, ପୂଜା କମିଟି ଓ ପରିଚାଳନା କମିଟି ତରଫରୁ ମନ୍ଦିର ପରିଚାଳନା କମିଟି ସଭାପତି ପ୍ରଶାନ୍ତ କୁମାର ନାୟକ,ପୂଜା କମିଟି ସଭାପତି ଶ୍ରୀ ସି ଏଚ ଦୟାନନ୍ଦ ରେଡ୍ଡୀ,ସଂଯୋଜକ କମଳ ପଣ୍ଡା,ବରିଷ୍ଠ ପରାମର୍ଶ ଦାତା ଶ୍ରୀ ତ୍ରିପତି ବାଲାଜୀ ମିଶ୍ର,ବିମ୍ବାଧର ଚର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ।