‘ଏନସିପିରେ ହୋଇନାହିଁ କୌଣସି ବିଭାଜନ, ଅଜିତ ଆମର ନେତା’,ଶରଦ ପାଓ୍ବାର

ମୁମ୍ବାଇ,୨୫।୮: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ମୁଖ୍ୟ ଶରଦ ପାଓ୍ବାର ପୁଣିଥରେ ଦଳ ମଧ୍ୟରେ ବିଭାଜନକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି କି ସେ ଓ ଅଜିତ ପାଓ୍ବାରଙ୍କ ମଧ୍ୟରେ କିଛି ହୋଇନାହିଁ। କୌଣସି ଲଢେଇ ବା ମତଭେଦ ହୋଇନାହିଁ। ସେ ଆମ ଦଳର ଅଂଶ। ସୂଚନାଯୋଗ୍ୟ, ଶରଦ ପାଓ୍ବାରଙ୍କ ଝିଅ ତଥା ଦଳର କାର୍ଯ୍ୟକାରିଣୀ ଅଧ୍ୟକ୍ଷ ସୁପ୍ରିୟା ସୁଲେ ଗୋଟିଏ ଦିନ ପୂର୍ବରୁ କହିଥିଲେ କି ଅଜିତ ପାଓ୍ବାର ଦଳର ବରିଷ୍ଠ ନେତା ଓ ବିଧାୟକ।

ସୁଲେଙ୍କ ବୟାନର ଗୋଟିଏ ଦିନ ପରେ ଶୁକ୍ରବାର ପୁଣେ ଜିଲାର ନିଜ ସହର ବାରାମାଟିରେ ସାମ୍ବାଦିକମାନଙ୍କ ସହ କଥା ହୋଇଥିଲେ। ଯେତେବେଳେ ସାମ୍ବାଦିକମାନେ ଶରଦ ପାୱାରଙ୍କୁ ସୁଲେଙ୍କ ବୟାନ ବିଷୟରେ ପଚାରିଥିଲେ, ଏନସିପି ମୁଖ୍ୟ କହିଛନ୍ତି ହଁ, ଏଥିରେ କ କୌଣସି ପ୍ରଶ୍ନ ନାହିଁ। ଜଣେ କିପରି କହିପାରିବେ ଯେ ଏନସିପିରେ ଏକ ବିଭାଜନ ଅଛି ବୋଲି। ଅଜିତ ପାୱାର କେବଳ ଆମ ଦଳର ନେତା।
ଶରଦ ପାୱାର କହିଛନ୍ତି ଯେ ଅଜିତ ପାୱାର ଆମର ନେତା ବୋଲି କ କୌଣସି ମତଭେଦ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏକ ରାଜନୈତିକ ଦଳରେ ବିଭାଜନର ଅର୍ଥ କ’ଣ। ଯେତେବେଳେ ଏକ ଦଳର ଏକ ବୃହତ ଗୋଷ୍ଠୀ ଜାତୀୟ ସ୍ତରରେ ଭାଙ୍ଗିଯାଏ ସେତେବେଳେ ଏକ ବିଭାଜନ ହୁଏ। କିନ୍ତୁ ଏଠାରେ ଏପରି କିଛି ଘଟିନାହିଁ। କିଛି ଲୋକ ଦଳ ଛାଡିଛନ୍ତି, କେହି କେହି ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଗଣତନ୍ତ୍ରରେ ନିଷ୍ପତ୍ତି ନେବା ସେମାନଙ୍କର ଅଧିକାର।