Categories: ଜାତୀୟ

ଶଙ୍କରାଚାର୍ଯ୍ୟଙ୍କୁ ଛଦ୍ମବେଶୀ ଅସୁର କହିଲେ ଯୋଗୀ ଆଦିତ୍ୟନାଥ! ତେଜିଲା ବିବାଦ

ନୂଆଦିଲ୍ଲୀ,୨୭।୧: ନୂଆମୋଡରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟରେ ଚାଲିଥିବା ବିବାଦ। ମୁଖ୍ୟମନ୍ତ୍ରୀଙ୍କ ପ୍ରତି କରାଯାଇଥିବା ମନ୍ତବ୍ୟରେ ମର୍ମାହତ ହୋଇ ଅଯୋଧ୍ୟାର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ଏହି ବିବାଦ ଚଳିତ ମାସ ପ୍ରୟାଗରାଜ ମାଘ ମେଳାରୁ ଆରମ୍ଭ ହୋଇଛି। ଯେତେବେଳେ ସଙ୍ଗମରେ ପବିତ୍ର ବୁଡ଼ ପକାଇବାକୁ ଯାଉଥିବା ଶଙ୍କରାଚାର୍ଯ୍ୟଙ୍କ ରଥକୁ ପ୍ରଶାସନ ଅଟକାଇଥିଲା। ଭିଡ଼ ଯୋଗୁଁ ଦଳାଚକଟା ଆଶଙ୍କାରେ ଶଙ୍କରାଚାର୍ଯ୍ୟଙ୍କୁ ଚାଲି ଚାଲି ଯିବାକୁ କୁହାଯାଇଥିଲା, ଯାହାକୁ ସେ ‘ଅପମାନ’ ବୋଲି କହି ପ୍ରତିବାଦ କରିଥିଲେ।

ଏହା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶଙ୍କରାଚାର୍ଯ୍ୟଙ୍କ ନାମ ନନେଇ ତାଙ୍କୁ ‘କାଳନେମି’ (ଛଦ୍ମବେଶୀ ଅସୁର) ସହ ତୁଳନା କରି ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ। ଏହାର ଜବାବରେ ଶଙ୍କରାଚାର୍ଯ୍ୟ କହିଥିଲେ ଯେ, ଯୋଗୀ ଜଣେ ରାଜନେତା, ସେ ଧର୍ମ ବିଷୟରେ କଥା ନହୋଇ ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ଉଚିତ।

ଏହାପରେ ମଙ୍ଗଳବାର ଅଯୋଧ୍ୟାର ଡେପୁଟି ଜିଏସଟି କମିଶନର ପ୍ରଶାନ୍ତ କୁମାର ସିଂହ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଏବଂ ସମ୍ବିଧାନର ସମ୍ମାନ ରକ୍ଷା ପାଇଁ ମୁଁ ଏହି ନିଷ୍ପତ୍ତି ନେଇଛି।”

ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟ ସମାଜକୁ ବିଭାଜିତ କରୁଛି ଏବଂ ଜଣେ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏପରି ଅପମାନ ସେ ସହ୍ୟ କରିପାରିବେ ନାହିଁ। ସରକାର ତାଙ୍କର ‘ଅନ୍ନଦାତା’, ତେଣୁ ରୋବଟ୍ ଭଳି କେବଳ ଦରମା ନେବା ତାଙ୍କର କର୍ତ୍ତବ୍ୟ ନୁହେଁ।

ଶଙ୍କରାଚାର୍ଯ୍ୟ ଅନୁସୂଚିତ ଜାତି (SC), ଜନଜାତି (ST) ଏବଂ ଓବିସି (OBC) ଛାତ୍ରଙ୍କ ପାଇଁ UGC ର ନୂତନ ନିୟମକୁ ମଧ୍ୟ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ କୌଣସି ଜାତି ଅନ୍ୟାୟୀ ନୁହେଁ, ବରଂ ବ୍ୟକ୍ତିବିଶେଷ ଅନ୍ୟାୟୀ ହୋଇପାରନ୍ତି। ଜାତି ଜାତି ମଧ୍ୟରେ ବିବାଦ ସୃଷ୍ଟି କରିବା ହିନ୍ଦୁ ଧର୍ମ ପାଇଁ କ୍ଷତିକାରକ, ତେଣୁ ଏହି ନିୟମ ପ୍ରତ୍ୟାହାର ହେବା ଉଚିତ।

ଇସ୍ତଫା ଦେଇଥିବା ଅଧିକାରୀ ପ୍ରଶାନ୍ତ ସିଂହ ଆଗାମୀ ଦିନରେ ସମାଜସେବା କରିବେ ବୋଲି ଜଣାଇଛନ୍ତି।

Share