ସାଇକେଲରେ ଚାରିଧାମ ଯାତ୍ରା କରି ଚର୍ଚ୍ଚାରେ ଶଙ୍କର, ଦୀର୍ଘ ୬ ମାସ ପରେ….

ଦାରିଙ୍ଗବାଡି,୨୩।୨(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଏକ ପର୍ଯ୍ୟଟନକ୍ଷେତ୍ର। ଏହାର ପ୍ରଚାର କରିବା ଲକ୍ଷ୍ୟ ରଖିବା ସହ ସାରା ଭାରତ ବର୍ଷକୁ ସ୍ବଚ୍ଛତା ଓ ପରିବେଶ ସୁରକ୍ଷା ନେଇ ବାର୍ତ୍ତା ବାଣ୍ଟିଲେ ଦାରିଙ୍ଗବାଡିର ଯୁବକ ଶଙ୍କର କୁମାର ସାହୁ । ସେ ଦୀର୍ଘ ୬ ମାସ ୨୪ ଦିନ ପରେ ସୋମବାର ନିଜ ଭିଟାମାଟି ଦାରିଙ୍ଗବାଡିରେ ମଧ୍ୟାହ୍ନରେ ପହଞ୍ଚିଥିଲେ। ତାଙ୍କୁ ତାଙ୍କ ପଟିବାର ତଥା ବାପା ବୈକୁଣ୍ଠ ନାଥ ସାହୁ, ମା’ ବିନୋଦିନୀ ସାହୁ, ଭାଇ ସାଗର ସାହୁ ଏବଂ ସାଙ୍ଗସାଥି ଓ ଜଳେଶ୍ୱର ମନ୍ଦିର କମିଟି ପକ୍ଷରୁ ସ୍ବାଗତ କରାଯାଇଥିଲା। ଅଗ୍ନିଶମ କାର୍ଯ୍ୟାଳୟ ନିକଟରୁ ଶଙ୍କରଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଯିବା ସହ ବିରାଟ ଶୋଭାଯାତ୍ରାରେ ସେଠାରୁ ବାହାରି ଶିବ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ସେଠାରେ ଦର୍ଶନ ସାରିବା ପରେ ବଜାର ପରିକ୍ରମା କରାଯାଇଥିଲା। ପରେ ହନୁମାନ ମନ୍ଦିରରେ ପହଞ୍ଚି ସେଠାରେ ଦର୍ଶନ କରିବା ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ଶଙ୍କର ଚାରିଧାମ ତଥା ବଦ୍ରିନାଥ, ଦ୍ୱାରିକାନାଥ, ରାମେଶ୍ୱରମ ଏବଂ ପୁରୀ ଜଗନ୍ନଥ ଧାମ ଦର୍ଶନ କରି ସେଠାରୁ ଶଙ୍କର ଦାରିଙ୍ଗବାଡି ଫେରିଛନ୍ତି।

 

Dharitri – Odisha’s No.1 Odia Daily

 

Share