Categories: Home Leftଖେଳ

ପୁଣି ବଦଳିଲେ ଶ୍ରୀଲଙ୍କା ଅଧିନାୟକ

କଲମ୍ବୋ,୧୬।୭: ଭାରତ ବିପକ୍ଷ ଦିନିକିଆ ଓ ଟି୨୦ ସିରିଜ୍‌ ପାଇଁ ଶୁକ୍ରବାର ୨୪ ଜଣିଆ ଶ୍ରୀଲଙ୍କା ଦଳ ଘୋଷିତ ହୋଇଛି। ଆସନ୍ତା ୧୮ରୁ ଆରମ୍ଭ ହେବାକୁ ଥିବା ସିରିଜ୍‌ରେ ଶ୍ରୀଲଙ୍କା ଦଳ ନୂଆ ଅଧିନାୟକଙ୍କ ନେତୃତ୍ୱରେ ଖେଳିବ। ଦଳର ନିୟମିତ ଅଧିନାୟକ କୁସାଲ ପେରେରା ଆହତ ସମସ୍ୟା କାରଣରୁ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଅନୁପସ୍ଥିତିରେ ଦାସୁନ ଶାନାକା ଦଳର ନେତୃତ୍ୱ ଭାର ସମ୍ଭାଳିବେ। ଗତ ୫ ବର୍ଷ ମଧ୍ୟରେ ଶାନାକା ଶ୍ରୀଲଙ୍କା ଦଳର ୧୧ ତମ ଅଧିନାୟକ। ତାଙ୍କ ପୂର୍ବରୁ ଗତ ମେ’ରେ ପେରେରାଙ୍କୁ ନେତୃତ୍ୱ ଭାର ମିଳିଥିଲା। ପେରେରାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ଏପର୍ଯ୍ୟନ୍ତ କୌଣସି ସିରିଜ୍‌ ଜିତିବାକୁ ସକ୍ଷମ ହୋଇନାହିଁ।

ଉଲ୍ଲେଖଯୋଗ୍ୟ, ୨୯ ବର୍ଷୀୟ ଶାନାକା ୬ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ୬ ଟେଷ୍ଟ, ୨୮ ଦିନିକିଆ ଓ ୪୩ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଦିନିକିଆ ଫର୍ମାଟରେ ୨୬ରୁ କମ୍‌ ହାରରେ ୬୧୧ ରନ୍‌ କରିଛନ୍ତି। କ୍ୟାରିୟରରେ ମାତ୍ର ୩ଟି ଅର୍ଦ୍ଧଶତକ ରହିଛି।

ଆସନ୍ତା ଭାରତ ବିପକ୍ଷ ଦିନିକିଆ ଓ ଟି୨୦ ସିରିଜ୍‌ରେ କୁସାଲ ଭାଗ ନେଇ ପାରିବେ ନାହିଁ।ଏହି ଉଇକେଟକିପର ବ୍ୟାଟ୍ସମ୍ୟାନଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଛି। ସାଥି ଉଇକେଟକିପର ନିରୋଶାମ ଡିକଓ୍ବେଲା ମଧ୍ୟ ବାସନ୍ଦାଦେଶ କାରଣରୁ ସିରିଜ୍‌ ପାଇଁ ଉପଲବ୍ଧ ହେବେ ନାହିଁ। ସେହିଭଳି ଗୋଇଠି ଜନିତ ସମସ୍ୟା କାରଣରୁ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକଆ ସିରିଜ୍‌ରେ ଖେଳିବେ ନାହିଁ ବାମ ହାତୀ ପେସର ବିନୁରା ଫର୍ନାଣ୍ଡୋ। କିନ୍ତୁ ସେ ଟି୨୦ ସିରିଜ୍‌ ଲାଗି ଉପଲବ୍ଧ ରହିବେ।