ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା ଭାରତୀୟ ଦଳରୁ ଅଣଦେଖା କାରଣରୁ ନୁହେଁ, ବରଂ ବୋର ଅନୁଭବ ହେଲେ ଅବସର ନେବେ ବୋଲି କହିଛନ୍ତି। ୩୫ ବର୍ଷୀୟ ଶାମି ଅନ୍ତିମ ଥର ୨୦୨୫ ମାର୍ଚ୍ଚରେ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତ ପାଇଁ ଖେଳିଥିଲେ। ସମ୍ପୂର୍ଣ୍ଣ ଫିଟ୍ନେସ ହାସଲ କରିବା ସହ ଘରୋଇ କ୍ରିକେଟରେ ବେଙ୍ଗଲ ପାଇଁ ୬୭ ଉଇକେଟ ନେବା ସତ୍ତ୍ୱେ ତାଙ୍କୁ ଜାତୀୟ ଦଳରୁ ବାଦ୍ ଦିଆଯାଇଛି।
ଯେତେବେଳେ ଥକି ପଡ଼ିବି, ଅବସର ଘୋଷଣା କରିବି। ବର୍ତ୍ତମାନ ମୁଁ ଅବସର ସମ୍ପର୍କରେ ଚିନ୍ତା କରୁ ନାହିଁ ବୋଲି ଶାମି ଏକ ପଡକାଷ୍ଟରେ କହିଛନ୍ତି।