ଶକ୍ତିକାନ୍ତଙ୍କୁ ‘ଗଭର୍ନର ଅଫ୍‌ ଦ ଇୟର’ ପୁରସ୍କାର…

ନୂଆଦିଲ୍ଲୀ,୧୪।୬ : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ନର ଅଫ୍‌ ଦ ଇୟର’ ପୁରସ୍କାର ପ୍ରଦାନ କରାଯାଇଛି। ଏହି ସମ୍ମାନ ଲଣ୍ଡନ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ଦ୍ୱାରା ଦେଶର କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ନରଙ୍କୁ ପ୍ରଦାନ କରାଯାଇଛି। ରିଜର୍ଭ ବ୍ୟାଙ୍କର ଗଭର୍ନର ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଶକ୍ତିକାନ୍ତ ଦାସ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି।

ସମ୍ପ୍ରତି ସେ ଦୁଇ ହଜାର ଟଙ୍କିଆ ନୋଟକୁ ପ୍ରଚଳନରୁ ବାହାର କରିବା ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ ବିଶ୍ୱ ବଜାରରେ ଅସ୍ଥିରତା ମଧ୍ୟରେ ମୁଦ୍ରାସ୍ଫୀତିର ମୁକାବିଲା କରିବାରେ ସେ ଅତ୍ୟନ୍ତ ପ୍ରଶଂସନୀୟ ଭୂମିକା ଗ୍ରହଣ କରିଛନ୍ତି। କରୋନା ସଙ୍କଟ ସମୟରେ ମଧ୍ୟ ସେ ତାଙ୍କ ନିଷ୍ପତ୍ତି ସହିତ ଲୋକଙ୍କ ପ୍ରଶଂସା ଲାଭ କରିଥିଲେ। ସେହି ସମୟ ମଧ୍ୟରେ ସେ ବ୍ୟାଙ୍କଗୁଡ଼ିକୁ କିଛି ମାସ ପାଇଁ ଇଏମଆଇରେ ଛାଡ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।