‘କିଙ୍ଗ୍‌’କୁ ନେଇ ଉତ୍ସାହିତ ଶାହରୁଖ: ଦୀପିକାଙ୍କୁ ନେଇ କହିଲେ ଏମିତି

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହା ଶାହରୁଖ ଖାନ୍‌ ତାଙ୍କ ଆଗାମୀ ଫିଲ୍ମ ‘କିଙ୍ଗ୍‌’କୁ ନେଇ ବେଶ୍‌ ଉତ୍ସାହିତ। ଏହି ଫିଲ୍ମରେ ତାଙ୍କ ସହିତ ଦୀପିକା ପାଦୁକୋନଙ୍କୁ ଦେଖିବାକୁ ମିଳିବ। ସେମାନଙ୍କୁ ପରଦାରେ ଏକାଠି ଦେଖିବା ପ୍ରଶଂସକଙ୍କ ପାଇଁ ଖୁସିର ବିଷୟ। କାରଣ ଉଭୟ ପୂର୍ବରୁ ଅନେକ ସୁପରହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ଉଭୟଙ୍କ ଅଭିନୀତ ଏହା ଷଷ୍ଠ ଫିଲ୍ମ। ନିକଟରେ ଶାହରୁଖ ତାଙ୍କ X ଆକାଉଣ୍ଟରେ‘ଆସ୍କ ମି ଏନିଥିଙ୍ଗ୍‌’ ସେସନ ଆୟୋଜନ କରିଥିଲେ। ଜଣେ ପ୍ରଶଂସକ ‘କିଙ୍ଗ୍‌’ ଉଲ୍ଲେଖ କରି ଲେଖିଥିଲେ, ଆପଣ ଏବଂ ଦୀପିକାଙ୍କୁ ପୁଣିଥରେ ଏକାଠି ଦେଖିବାକୁ ଆମେ ବହୁତ ଉତ୍ସାହିତ। ବଲିଉଡ ସୁପରଷ୍ଟାର ଏହାର ଜବାବ ଦେଇ କହିଥିଲେ, ମୁଁ ମଧ୍ୟ। ଶାହରୁଖଙ୍କ ଝିଅ ସୁହାନା ମଧ୍ୟ ‘କିଙ୍ଗ୍‌’ରେ ଅଭିନୟ କରିବେ। ଫିଲ୍ମର କାହାଣୀ ବିଷୟରେ ଏପର୍ଯ୍ୟନ୍ତ ଅଧିକ ସୂଚନା ପ୍ରକାଶ ପାଇନାହିଁ। ପୂର୍ବରୁ ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲରେ ଶାହରୁଖ ‘କିଙ୍ଗ୍‌’ ବିଷୟରେ କହିଥିଲେ। ଏହା ଏକ ଆକ୍ସନ ଡ୍ରାମା ହିନ୍ଦୀ ଫିଲ୍ମ। ଏହା ଆକର୍ଷଣୀୟ ହେବ। ୭ କିମ୍ବା ୮ ବର୍ଷ ପୂର୍ବରୁ ଏଭଳି ଫିଲ୍ମ କରିବି ବୋଲି ଆଶା ରଖିଥିବା ଶାହରୁଖ କହିଥିଲେ।

 

Dharitri – Odisha’s No.1 Odia Daily