ଇସଲାମାବାଦ,୨୦।୧୦: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଦୀପାବଳି ଅବସରରେ ଦେଶ ଏବଂ ବିଶ୍ୱର ହିନ୍ଦୁ ସମ୍ପ୍ରଦାୟକୁ ଶୁଭେଚ୍ଛା ଜଣାଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଟୁଇଟ କରିଛନ୍ତି।
ନିଜର ସରକାରୀ ଟୁଇଟର ହ୍ୟାଣ୍ଡେଲରେ ସେ ଲେଖିଛନ୍ତି, ‘ଯେପରି ଦୀପାବଳିର ଆଲୋକ ଘର ଏବଂ ହୃଦୟକୁ ଆଲୋକିତ କରେ, ସେହିପରି ଏହି ପର୍ବ ଅନ୍ଧକାରକୁ ଦୂର କରୁ, ସଦ୍ଭାବନା ବଜାୟ ରଖୁ ଏବଂ ଆମକୁ ଶାନ୍ତି, ସହାନୁଭୂତି ଏବଂ ସହଭାଗୀ ସମୃଦ୍ଧି ଆଡ଼କୁ ମାର୍ଗଦର୍ଶନ କରୁ।’
ଶହବାଜ ସରିଫ କହିଛନ୍ତି ଯେ ଦୀପାବଳିର ଆତ୍ମା, ଯାହା ଅନ୍ଧାର ଉପରେ ଆଲୋକ, ମନ୍ଦ ଉପରେ ଭଲ ଏବଂ ନିରାଶା ଉପରେ ଆଶାକୁ ପ୍ରେରଣା ଦିଏ, ସମାଜରେ ଅସହିଷ୍ଣୁତା ଏବଂ ଅସମାନତା ଭଳି ଚ୍ୟାଲେଞ୍ଜକୁ ଦୂର କରିବା ପାଇଁ ଆମର ସାମୂହିକ ସଂକଳ୍ପକୁ ମଜବୁତ କରେ। ପ୍ରଧାନମନ୍ତ୍ରୀ ଧର୍ମ କିମ୍ବା ପୃଷ୍ଠଭୂମି ନିର୍ବିଶେଷରେ ସମସ୍ତ ନାଗରିକଙ୍କୁ ଶାନ୍ତିରେ ରହିବା ଏବଂ ପ୍ରଗତିରେ ଯୋଗଦାନ ଦେବାକୁ ଆହ୍ବାନ କରିଛନ୍ତି।
Dharitri – Odisha’s No.1 Odia Daily