Categories: Home Leftଖେଳ

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା ସ୍ୱତନ୍ତ୍ର ପୁରସ୍କାର ଘୋଷଣା କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ଭାରତକୁ ୧୯୧ ରନ୍‌ରେ ପରାସ୍ତ କରି ପାକିସ୍ତାନ ଚାମ୍ପିୟନ ବିଜୟୀ ହୋଇଛି।

ଶରିଫ ଟାଇଟଲ ବିଜୟୀ ଦଳ ଅଫିସିଆଲମାନଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ଅଭ୍ୟର୍ଥନା ଉତ୍ସବରେ ଶରିଫ ଏହି ପୁରସ୍କାର ଘୋଷଣା କରିବା ସହ ଦଳର ପ୍ରଦର୍ଶନକୁ ନେଇ ଉଚ୍ଚ ପ୍ରଶଂସା କରିଛନ୍ତି। ଟିମ୍‌ ମ୍ୟାନେଜର ତଥା ମେଣ୍ଟର ସର୍ଫରାଜ ଅହମ୍ମଦ କହିଛନ୍ତି, ଅଭ୍ୟର୍ଥନା ଉତ୍ସବ ପରେ ପ୍ରଧାନମନ୍ତ୍ରୀ ଶରିଫ ପ୍ରତ୍ୟେକ ଖେଳାଳିଙ୍କ ଲାଗି ୧୦ ନିୟୁତ (ପ୍ରାୟ ୩୬,୦୦୦ ଆମେରିକୀୟ ଡଲାର) ନଗଦ ଆର୍ଥତ୍କ ପୁରସ୍କାର ଘୋଷଣା କରିଛନ୍ତି।

ଦଳର ଏହି ସଫଳତା ପାଇଁ ଦୀର୍ଘ ଦିନର ଚୟନ ପ୍ରକ୍ରିୟାକୁ ଶ୍ରେୟ ଦେଇଛନ୍ତି ପାକିସ୍ତାନ ମୁଖ୍ୟ କୋଚ୍‌ ଶହିଦ ଅନଓ୍ୱାର। ୫୦ ଓଭର କ୍ରିକେଟରେ ପ୍ରତ୍ୟେକ ଖେଳାଳିଙ୍କୁ ଯଥେଷ୍ଟ ଅନୁଭବି କରାଯାଇଛି। ୭୦ଜଣ ଖେଳାଳିଙ୍କୁ ନେଇ ଏହି ପ୍ରକ୍ରିୟା ଜୁନ୍‌ ମାସରୁ ଆରମ୍ଭ କରାଯାଇଥିଲା। ଟ୍ରାଏଲ୍ସ ପରେ ଏହି ସଂଖ୍ୟା ୨୦କୁ ହ୍ରାସ କରାଯାଇଥିଲା। ସେମାନଙ୍କୁ ଘରୋଇ ସ୍ତରରେ ୫୦ ଓଭର କ୍ରିକେଟ ଖେଳିବା ଲାଗି ସୁଯୋଗ ଦିଆଯାଇଥିଲା।