ବଲିଉଡ୍‌ର ସବୁଠୁ ଦାମୀ ଅଭିନେତା, ଅକ୍ଷୟ-ସଲମାନ ପଡିଲେ ପଛରେ

ବମ୍ବେ: ବଲିଉଡ୍‌ରେ ତିନି ଖାନ୍‌ଙ୍କ ଦବ୍‌ଦବା ବିଷୟରେ ସମସ୍ତେ ଜାଣନ୍ତି। ସେ ଅମିର ଖାନ୍‌ ହୁଅନ୍ତୁ ଅବା ଶାହାରୁଖ-ସଲମାନ୍‌, ସମସ୍ତେ ଅଭିନୟ କ୍ଷେତ୍ରରେ ମାଇଲଖୁଣ୍ଟ ହାସଲ କରିଛନ୍ତି। ଦେଶ ତଥା ବିଦେଶରେ ଏମାନଙ୍କ ଫିଲ୍ମର ରିଲିଜକୁ ପ୍ରଶଂସକ ଚାହିଁ ରହିଥାନ୍ତି। ବିଶେଷକରି ଶାହାରୁଖଙ୍କ ରୋମାଣ୍ଟିକ୍‌ ଅନ୍ଦାଜ ଦର୍ଶକଙ୍କୁ ବିମୋହିତ କରେ। ବର୍ତ୍ତମାନ ସମୟରେ ହାତଗଣତି ଫିଲ୍ମରେ କିଙ୍ଗ ଖାନ୍‌ ନଜର ଆସୁଛନ୍ତି। ଆଗାମୀ ଦିନରେ ତାଙ୍କ ଅଭିନୀତ ‘ପଠାନ୍‌’ ରିଲିଜ ହେବାକୁ ଯାଉଛି। ଫିଲ୍ମକୁ ନେଇ ଏକାଧିକ କଥା ଗଣମାଧ୍ୟମରେ ପ୍ରକାଶ ପାଉଥିବା ବେଳେ ଏବେ ଏକ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି।

ପୁଣି ଥରେ ବଲିଉଡ୍‌ର ସମସ୍ତ ଯୁବ ତଥା ପୁରୁଖା ଅଭିନେତାଙ୍କୁ ପଛରେ ପକାଇ ଶାହାରୁଖ ହୋଇଛନ୍ତି ନମ୍ବର-୧। ସେ ବି ପାଉଣା ମାମଲାରେ। ପଠାନ୍‌ ଫିଲ୍ମ ପାଇଁ ୧୦୦ କୋଟି ଟଙ୍କା ନେଇ ସେ ବଲିଉଡ୍‌ର ସବୁଠାରୁ ଦାମୀ ଅଭିନେତା ପାଲଟିଛନ୍ତି। ଏପରି କରିବାରେ ସେ ସବୁ ଅଭିନେତାକୁ ଟପିଛନ୍ତି। ଫିଲ୍ମରେ ଶାହାରୁଖଙ୍କ ସହ ଦୀପିକା ପାଦୁକୋନ ଏବଂ ଜନ୍‌ ଆବ୍ରାହମ ପ୍ରମୁଖ ଭୂମିକାରେ ନଜର ଆସିବେ।