Categories: HomeHome Middle

ଶାହରୁଖ ଖାନ ଜଣେ ବିଶ୍ୱାସଘାତକ: ଭାଜପା ନେତାଙ୍କ ବିବାଦୀୟ ବୟାନ

ଲକ୍ଷ୍ନୌ,୧।୧: ଉତ୍ତର ପ୍ରଦେଶର ମିରଟରେ ଭାରତୀୟ ଜନତା ପାର୍ଟିର ଫାୟାରବ୍ରାଣ୍ଡ ନେତା ସଙ୍ଗୀତ ସୋମ ଚଳଚ୍ଚିତ୍ର ଅଭିନେତା ଶାହରୁଖ ଖାନଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ସଙ୍ଗୀତ ସୋମ ଶାହରୁଖଙ୍କ ବିରୋଧରେ ଏକ କଠୋର ମନ୍ତବ୍ୟ ଦେଇ ତାଙ୍କୁ ‘ଦେଶପ୍ରତି ବିଶ୍ୱାସଘାତକ’ ବୋଲି କହିଥିଲେ।

ତାଙ୍କ ବିବୃତ୍ତିରେ ସଙ୍ଗୀତ ସୋମ କହିଛନ୍ତି,ବର୍ତ୍ତମାନ ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟ ବରୋଧରେ ହିଂସା ଏବଂ ଅତ୍ୟାଚାରର ରିପୋର୍ଟ ସାମ୍ନାକୁ ଆସୁଛି। କିଛି ଲୋକ ସମ୍ବେଦନଶୀଳ ପ୍ରସଙ୍ଗଗୁଡ଼ିକୁ ଅଣଦେଖା କରି କେବଳ ବାଣିଜି୍ୟକ ସ୍ବାର୍ଥକୁ ପ୍ରାଥମିକତା ଦେଉଛନ୍ତି। IPL ଭଳି ପ୍ରମୁଖ କ୍ରିକେଟ ଟୁର୍ନାମେଣ୍ଟରେ ଖେଳାଳିମାନଙ୍କୁ କିଣାବିକା କରାଯାଉଛି, ଏବଂ ଏହି ପରିପ୍ରେକ୍ଷୀରେ, ଶାହରୁଖଙ୍କ ସହ ଜଡିତ ଏକ ଦଳ ପ୍ରାୟ ୯ କୋଟି ଟଙ୍କାରେ ଜଣେ ବାଂଲାଦେଶୀ କ୍ରିକେଟରଙ୍କୁ କିଣିଛି।

ଭାଜପା ନେତା କହିଛନ୍ତି ଯେ, ପଡ଼ୋଶୀ ଦେଶରେ ହିନ୍ଦୁମାନଙ୍କୁ ହତ୍ୟା କରାଯାଉଥିବାବେଳେ ଏପରି କାର୍ଯ୍ୟ ଜାତିର ଭାବନା ବିରୋଧରେ। ଏପରି ଲୋକଙ୍କର ଦେଶରେ ବଞ୍ଚିବାର ନୈତିକ ଅଧିକାର ରହିବା ଉଚିତ୍‌ ନୁହେଁ।
ସଙ୍ଗୀତ ସୋମଙ୍କ ଏହି ବକ୍ତବ୍ୟ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ତାଙ୍କ ଭାଷଣ ସମୟରେ ସଙ୍ଗୀତ ସୋମ କେନ୍ଦ୍ର ସରକାର ଏବଂ ଉତ୍ତର ପ୍ରଦେଶ ସରକାରଙ୍କ ନୀତିଗୁଡ଼ିକୁ ଖୋଲାଖୋଲି ଭାବରେ ପ୍ରଶଂସା କରିଥିଲେ। ସେ କହିଛନ୍ତି, କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟରେ ଯୋଗୀ ଆଦିତ୍ୟନାଥ ସରକାରଙ୍କ ନେତୃତ୍ୱରେ ଆଇନ ଶୃଙ୍ଖଳାରେ ଯଥେଷ୍ଟ ଉନ୍ନତି ହୋଇଛି। ଯୋଗୀ ସରକାରଙ୍କ କାର୍ଯ୍ୟକାଳରେ ଅତିକ ଅହମ୍ମଦଙ୍କ ଭଳି ପ୍ରମୁଖ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ରାଜ୍ୟରେ ଆପରାଧିକ ନେଟୱାର୍କ ଦୁର୍ବଳ ହୋଇଛି।

ଉଲ୍ଲେଖନୀୟ ଯେ, ସମ୍ପ୍ରତି ହୋଇଥିବା IPL ନିଲାମରେ, ଶାହରୁଖଙ୍କ ସହ-ମାଲିକାନାଧୀନ ଦଳ, KKR, ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ୯.୨୦ କୋଟିରେ କିଣିଥିଲା।

 

Dharitri – Odisha’s No.1 Odia Daily

 

Share