ନେତାରୁ ପୁଣି ଆଇଏଏସ୍‌ ପଦବୀକୁ ଫେରିବେ କି ଶାହ ଫୈଜଲ

ନୂଆଦିଲ୍ଲୀ, ୧୨।୮: ୨୦୦୯ ଆଇଏଏସ୍‌ ପରୀକ୍ଷାରେ ଟପ୍‌ ର଼୍ୟାଙ୍କ୍‌ ହାସଲ କରିଥିବା ଶାହ ଫୈଜଲ୍‌ ୨୦୧୯ରେ ଚାକିରି ଛାଡି ରାଜନୀତିରେ ଯୋଗ ଦେଇଥିଲେ। ସେ ଜମ୍ମୁ-କଶ୍ମୀରରେ ଜମ୍ମୁ ଆଣ୍ଡ୍‌ କଶ୍ମୀର ପିପୁଲ୍ସ ମୁମେଣ୍ଟ(ଜେକେପିଏମ୍‌) ଦଳ ଗଠନ କରିଥିଲେ। ଏହି ଦଳର ପ୍ରଥମ ସଭାପତି ମଧ୍ୟ ହୋଇଥିଲେ। କିନ୍ତୁ ସେ ସୋମବାର ଅଚାନକ ସେ ରାଜନୀତି ଛାଡିଦେବା ନେଇ ଘୋଷଣା କରିଛନ୍ତି। ଏବେ ସେ ପୁଣିଥରେ ପ୍ରଶାସନିକ ସେବାକୁ ଫେରି ପାରନ୍ତି ବୋଲି କୁହାଯାଉଛି। ୨୦୧୦ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ଥିବା ଫୈଜଲ ଗତବର୍ଷ ସମ୍ବିଧାନାର ୩୭୦ ଧାରା ଉଚ୍ଛେଦକୁ ସମାଲୋଚନା କରିଥିଲେ। ତାଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଗିରଫ କରାଯାଇଥିଲା। ପରେ ଜେଲରୁ ମୁକ୍ତ କରାଯାଇଥିଲା।
ପ୍ରଥମେ ଡାକ୍ତର, ପରେ ପ୍ରଶାସନିକ ଅଧିକାରୀ ଏବଂ ରାଜନୀତିକୁ ଆସିଥିବା ଫୈଜଲ ୨୦୧୯ରେ ପ୍ରଶାସନିକ ସେବାରୁ ଇସ୍ତଫା ଦେଇଥିଲେ। ସେତେବେଳେ ତାଙ୍କ ଇସ୍ତଫା ଗୃହୀତ କରାଯାଇ ନ ଥିଲା। ଏହି କାରଣରୁ ସେ ପୁଣି ଥରେ ଚାହିଁଲେ ସରକାରୀ ସେବାରେ ଯୋଗ ଦେଇପାରିବେ ବୋଲି କୁହାଯାଉଛି।