ଯୌନଶୋଷଣ ନିରୋଧ ଆଇନ ସଚେତନତା

ପୁରୁଷୋତ୍ତମପୁର,୨୮ା୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକ ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ଶନିବାର ଯୌନଶୋଷଣ ନିରୋଧ ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଇନସେବା କମିଟିର ଅଧ୍ୟକ୍ଷ ସିନିୟର ସିଭିଲ ଜଜ୍‌ ତଥା ଆସିଷ୍ଟାଣ୍ଟ ସେସନ୍‌ ଜଜ୍‌ ଶରତ କୁମାର ସାହୁ ସଭାପତିତ୍ୱ କରି ବର୍ତ୍ତମାନ ବିଭିନ୍ନ ସମୟରେ ମହିଳାଙ୍କ ଉପରେ ଯୌନ ନିର୍ଯାତନାମାନ ବଢ଼ିବାରେ ଲାଗିଥିବାରୁ ଏହାକୁ କିପରି ରୋକାଯାଇପାରିବ। ଏଭଳି ଅପରାଧିକ କାର୍ଯ୍ୟ ଲାଗି କିଭଳି ଆଇନ ଓ ଦଣ୍ଡବିଧାନ ରହିଛି ସେଥିନେଇ ସଚ୍ଚେତନତା କରାଇଥିବା ବେଳେ ପ୍ରଥମଶ୍ରେଣୀ ବିଚାରପତି ଅନନ୍ୟା ଅପର୍ମିତା ଯୋଗଦେଇ ଯୌନ ନିରୋଧ ଆଇନ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ଏଥିରେ ଓକିଲ ସଂଘ ସଭାପତି କୃଷ୍ଣଚନ୍ଦ୍ର ଗୌଡ଼, ସମ୍ପାଦକ ରବୀନ୍ଦ୍ର ସାହୁ, ସରକାରୀ ଓକିଲ ଉପେନ୍ଦ୍ର ପଣ୍ଡା, ଅକ୍ଷୟ କୁମାର ବେହେରା, ବରିଷ୍ଠ ଓକିଲ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଅରୁଣ କୁମାର ପଣ୍ଡା, ପ୍ରଭାତ କୁମାର ପଟ୍ଟନାୟକ, ସୀତାରାମ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ସାହୁ, ଅଶୋକ କୁମାର ମହାଙ୍କୁଡ, ପ୍ରଫୁଲ ପଣ୍ଡାଙ୍କ ସମେତ ବହୁ ଓକିଲ ଉପସ୍ଥିତ ଥିଲେ।

Dharitri –Odisha’s No.1 Trusted Odia Daily

Share