ଯୌନ ନିର୍ଯାତନା: ଅଭିମୁକ୍ତେଶ୍ୱରାନନ୍ଦଙ୍କ ନାଁରେ ମାମଲା ରୁଜୁ ନିର୍ଦ୍ଦେଶ

ଲକ୍ଷ୍ନୌ,୨୨।୨: ଉତ୍ତରାଖଣ୍ଡ ବଦ୍ରିନାଥସ୍ଥିତ ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବିରୋଧରେ ଶିଶୁ ଯୌନ ନିର୍ଯ୍ୟାତନା ମାମଲା ରୁଜୁ କରିବାକୁ ଆହ୍ଲାବାଦସ୍ଥିତ ସ୍ବତନ୍ତ୍ର ପକ୍‌ସୋ କୋର୍ଟ ଶନିବାର ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଶାକୁମ୍ବରୀ ପୀଠାଧୀଶ୍ୱର ଆଶୁତୋଷ ବ୍ରହ୍ମଚାରୀ ମହାରାଜ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲାବେଳେ ଶନିବାର ଶୁଣାଣି ହୋଇଥିଲା। ଏହାପରେ ସମ୍ପୃକ୍ତ ଅଦାଲତ ଅଭିମୁକ୍ତେଶ୍ୱରାନନ୍ଦ ଏବଂ ତାଙ୍କ ଶିଷ୍ୟ ସ୍ବାମୀ ମୁକୁନ୍ଦାନନ୍ଦ ଗିରିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଘଟଣାର ଯାଞ୍ଚ କରି ତୁରନ୍ତ ରିପୋର୍ଟ ଦେବାକୁ କୋର୍ଟ କହିଛନ୍ତି।

 

Dharitri – Odisha’s No.1 Odia Daily

Share