Categories: Home Leftଖେଳ

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ଚାର୍ଜଶିଟ୍‌ ଦାଖଲ କରିଛି। ଏହି ଚାର୍ଜଶିଟ୍‌ ଓମେନ ଆଣ୍ଡ୍‌ ଚିଲଡ୍ରେନ ରିପ୍ରେଶ ପ୍ରିକେନ୍ସଶନ ଆଇନର ଧାରା ୯ (୧) ଅଧୀନରେ ଦାଖଲ କରାଯାଇଛି। ଏହି ଡକ୍ୟୁମେଣ୍ଟ ମୁତାବକ, ତୋଫେଲଙ୍କ ବିପକ୍ଷରେ ଆସିଥିବା ଅଭିଯୋଗ ପ୍ରାଥମିକ ତଦନ୍ତରୁ ପ୍ରମାଣ ହୋଇଛି। ଏହି ଚାର୍ଜଶିଟ୍‌ରେ ହୋଟେଲ ବୁକିଂ ରେକଡର୍‌ସ, ସ୍ବାସ୍ଥ୍ୟ ପରୀକ୍ଷା ଓ ଅନ୍ୟ ପ୍ରମାଣ ଯୋଡ଼ାଯାଇଥିଲ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୩୦ ତାରିଖରେ ହେବ। ଏହି ଶୁଣାଣି ବେଳେ କୋର୍ଟଙ୍କ ସମ୍ମୁଖରେ ଚାର୍ଜଶିଟ୍‌ ଦାଖଲ କରାଯିବ।

ଅଭିଯୋଗକାରୀଙ୍କ ମୁତାବକ, ଚଳିତବର୍ଷ ଜାନୁଆରୀ ୩୧ ତାରିଖରେ ତୋଫେଲ ଉକ୍ତ ମହିଳାଙ୍କୁ ଗୁଲଶାନସ୍ଥିତ ହୋଟେଲ ନେଇଯାଇଥିଲେ। ହୋଟେଲରେ ମହିଳାଙ୍କୁ ସ୍ତ୍ରୀ ଭାବେ ପରିଚିତ କରାଇ ବିନା ତାଙ୍କ ସହମତିରେ ଯୌନ ନିର୍ଯାତନା ଦେଇଥିଲେ। ବିବାହ ଆଶ୍ୱାସନା ଦେଇ ବାରମ୍ବାର ଯୌନ ନିର୍ଯାତନା ଦେଇଥିଲେ।