କେନ୍ଦୁଝର,୨୧।୧୦: (ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଚଢ଼ାଉ କରି ଏକ ତିନି ମହଲା ଘରୁ ଦେହ ବ୍ୟବସାୟ ରେ ଲିପ୍ତ ଅଭିଯୋଗ ରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ରାଣୀ ମହୁମାଛି ସମେତ ଦୁଇ ଜଣ ଗ୍ରାହକ ଥିବାବେଳେ ଦୁଇ ଜଣ ଦଲାଲ ଥିବା ଜଣାପଡିଛି।
ଗିରଫମାନେ ହେଲେ ଘର ମାଲିକ ତଥା ମୁଖ୍ୟ ରାଣୀ ମହୁମାଛି କୁହାଯାଉଥିବା ବନରାଣୀ ବାରିକ, ଯୋଡ଼ାର ଫିରୋଜ ଅହମଦ ଓ ମନୋଜ ବେହେରା, ସ୍ଥାନୀୟ ନରଣ ପୁର ଗ୍ରାମର ଅଭିଷେକ ବେହେରା, ତୁରୁମୁଙ୍ଗାର ପଙ୍କଜ ନାୟକ ଓ ନାରାୟଣ ମହାନ୍ତ ବୋଲି ଜଣା ପଡ଼ିଛି।
ଉକ୍ତ ଘରୁ ପୋଲିସ ଚଢ଼ାଉବେଳେ ଝାରଖଣ୍ଡର ଜଣେ ଯୁବତୀ, ବାରିପଦାର ଦୁଇ ଜଣ, ବାଲେଶ୍ୱରର ଜଣେ ଓ ଜଗତସିଂହପୁରର ଜଣେ ଯୁବତୀଙ୍କୁ ଉଦ୍ଧାର କରିଛି। ସେଠାରୁ ଦୁଇଟି ବାଇକ, ବ୍ୟବହୃତ ଓ ଅବ୍ୟବହୃତ କଣ୍ଡମ ଓ ମ୍ୟାନ ଫୋର୍ସ ଟାବଲେଟ ଆଦି ପୋଲିସ ଜବତ କରିଛି। ଉଦ୍ଧାର ଯୁବତୀଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀ ପରୀକ୍ଷା କରାଯାଇଥିବା ପୋଲିସ ସୂଚନା ଦେଇଛି।