କେନ୍ଦୁଝର,୧୬।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୁରୁଣା ସହର ଶ୍ରୀ ବଳଦେବଜୀଉ ମନ୍ଦିର ନିକଟରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର ୭/୮ ଟି ଘର ଜଳି ପୋଡ଼ି ଛାରଖାର ହୋଇଯାଇଛି। ସା ପ୍ରାୟ ୭.୩୦ରେ ପ୍ରଥମେ ଗଣେଶ୍ୱର ମହାରଣାଙ୍କ ଘରେ କେହି ନ ଥିବା ଅବସ୍ଥାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ନିଆଁ ସଙ୍ଗେ ସଙ୍ଗେ ତାଙ୍କ ପାଖ ଘରକୁ ବ୍ୟାପିଥିଲା। ସ୍ଥାନୀୟ ଲୋକେ ଦମକଳ ଗାଡ଼ିକୁ ଖବର ଦେଇଥିଲେ। ତିନୋଟି ଗାଡ଼ି ଆସି ନିଆଁ ଲିଭାଇବା କାମରେ ଲାଗିଥିଲେ ହେଁ, ନିଆଁଙ୍କୁ ଆୟତ କରିବାକୁ ଦୀର୍ଘ ଦେଢ଼ ଘଣ୍ଟା ସମୟ ଲାଗିଥିଲା। ସେତେବେଳକୁ ସମସ୍ତ ଘର ପୋଡ଼ି ପାଉଁଶ ହୋଇଯାଇଥିଲା।