ମୋନ୍ଥାର ଭୟଙ୍କର ରୂପ: ନାବାଳକକୁ ଭିଡିନେଲା ସମୁଦ୍ର! ଗର୍ଜନ କରି…

କାକିନାଡା,୨୮।୧୦: ବାତ୍ୟା ମୋନ୍ଥା ଲ୍ୟାଣ୍ଡଫଲ ହେବାପୂର୍ବରୁ ସମୁଦ୍ର ଭୟଙ୍କର ରୂପ ଧାରଣ କରିଛି । ଆନ୍ଧ୍ରର କାକିନାଡା ସମୁଦ୍ରରେ ବୁଡି ଜଣେ ନାବାଳକ ନିଖୋଜ ହୋଇଛି । ୧୦ ବର୍ଷର ନାବାଳକ ନିଜ ମାମୁଙ୍କ ସହ ଏକ ବାଇକରେ ଯିବା ବେଳେ ଅଚାନକ ପାଣିକୁ ଖସି ପଡିଥିଲେ । ଏହାପରେ ତାଙ୍କୁ ଖୋଜାଖୋଜି ଜାରି ରହିଛି । ନାବାଳକ ଜଣକଙ୍କୁ ଖୋଜିବା ପହଞ୍ଚିଛି ଏନଡିଆର୍‌ଏଫ ଟିମ । ପ୍ରବଳ ପବନ ଭିତରେ ବି ତ୍ୱରିତ ଭାବରେ ସନ୍ଧାନ କାର୍ଯ୍ୟ ଚାଲିଛି ।

ସୂଚନାଥାଉ କି, ଜଣେ ବ୍ୟକ୍ତି ଏକ ବ୍ରିଜ ପାର୍‌ କରିବା ସମୟରେ ରାସ୍ତା ଉପରେ ପାଣି ଚାଲିଥିଲା । ତେବେ ପାଣି କେତେ ଗଭୀର ଥିଳା ସେ ଜାଣି ନ ଥିଲେ। ଅଚାନକ ବାଇକରୁ ତାଙ୍କ ଭଣଜା ଖସି ପଡିଥିଲା । ପାଣି ସିଧା ସଳଖ ସମୁଦ୍ରରେ ମିଶୁଛି ତେଣୁ ପିଲାଟି ସମୁଦ୍ର ଭିତରକୁ ଭାସି ଯାଇଥିବା ଆଶଙ୍କା କରାଯାଉଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଏହାକୁ ନେଇ ଏନଡିଆର୍‌ଏଫ ଟିମ ପକ୍ଷରୁ ଏହି ଉଦ୍ଧାର କାର୍ଯ୍ୟକୁ ନେଇ କୌଣସି ପ୍ରତିକ୍ରିୟା ମିଳିପାରିନି । ସେପଟେ ପିଲାଟିକୁ ଅପେକ୍ଷା କରି ବସିଛନ୍ତି ପରିବାର ଲୋକେ ।

ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ଆନ୍ଧ୍ରପ୍ରଦେଶ କାକିନାଡ଼ାରେ ଅନୁଭୂତ ହେଲାଣି ବାତ୍ୟା ମୋନ୍ଥାର ପ୍ରଭାବ । ଘଣ୍ଟାପ୍ରତି ୧୫ କିମି ବେଗରେ ଆସୁଛି । ଆନ୍ଧ୍ରପ୍ରଦେଶ କାକିନାଡାର କୋନାସୀମାରେ ସ୍ଥଳଭାଗ ଅତିକ୍ରମ କରିବ । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୦୦ରୁ ୧୧୦ କିମି ରହିପାରେ । ବର୍ତ୍ତମାନ ମଚ୍ଛଲିପଟ୍ଟନମ ଠାରୁ ୧୦୦କିଲୋମିଟର, କାକିନାଡାଠୁ ୧୮୦କିମି, ଗୋପାଳପୁରଠୁ ୫୦୦ କିମି ଦୂରରେ ଘନୀଭୂତ ରହିଛି ମୋନ୍ଥା । ମୋନ୍ଥା ପ୍ରଭାବରେ ବର୍ଷାର ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି । ଆନ୍ଧ୍ରର ୩୦ଟି ବିଧାନସଭା କ୍ଷେତ୍ରରେ ବର୍ଷା ହୋଇଛି ।

Dharitri – Odisha’s No.1 Trusted Odia Daily

 

 

Share