ଭଦ୍ରକ, ୧୭।୩(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ୧୬ ନମ୍ବର ଜାତୀୟ ରାଜପଥ ଅସୁରା ଛକରେ ସୋମବାର ବିଳମ୍ବିତ ରାତିରେ ସିରିଜ୍ ଦୁର୍ଘଟଣା ଘଟିଛି । ଟ୍ରକ୍କୁ ଧକ୍କା ଦେଇ ରାସ୍ତାରେ ଠିଆ ହୋଇଥିବା ବସ୍କୁ ପଛ ପଟୁ ଧକ୍କା ଦେଲା ଆଉ ଏକ ଟ୍ରକ୍। ସେହି ଟ୍ରକ୍କୁ ପୁଣି ପଛ ପଟୁ ଧକ୍କା ଦେଲା ଏକ ମଦ ବୋଝେଇ ପିକଅପ ଭ୍ୟାନ। ଏହି ସିରିଜ୍ ଦୁର୍ଘଟଣାରେ ୪ ବସ୍ ଯାତ୍ରୀ ଗୁରୁତର ହୋଇଥିବାବେଳେ ୨ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ୨ଜଣକୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପିକଅପ ଡ୍ରାଇଭର ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟ ଚାପି ହୋଇ ରହିବା ଫଳରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । କଲିକତାରୁ ଭୁବନେଶ୍ୱର ଯାଉଥିଲା ଦଧିବାବନ ବସ୍ । ଡ୍ରାଇଭରଙ୍କ ମୃତଦେହକୁ ଅଗ୍ନିଶମବାହିନୀ ବହୁ ସମୟ ପରେ ବାହାର କରିଛି । ଗ୍ରାମାଞ୍ଚଳ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।