ଆମେରିକାର ୟୁଟର୍ନ! ଭାରତର ଗୁଣଗାନ କରୁଛନ୍ତି ଟ୍ରମ୍ପଙ୍କ ନିକଟତମ ସହଯୋଗୀ, କହିଦେଲେ…

ଓ୍ବାଶିଂଟନ,୧୧।୯: ଭାରତର ପ୍ରଶଂସାରେ ଶତମୁଖ ହୋଇଛି ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତମ ସହଯୋଗୀ ସର୍ଜିଓ ଗୋର ଗୁରୁବାର ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଟନର ବୋଲି କହିଛନ୍ତି। ଭାରତ ସହିତ ଗୁରୁତ୍ୱପୂର୍ଣ୍ଣ ସହଭାଗିତାରେ ଆମେରିକାର ହିତଗୁଡ଼ିକୁ ଆଗେଇ ନେବା ପାଇଁ ପ୍ରତିବଦ୍ଧ ବୋଲି ସେ କହିଛନ୍ତି। ତେବେ ସର୍ଜିଓ ଗୋର ଭାରତରେ ଆମେରିକାର ପରବର୍ତ୍ତୀ ରାଜଦୂତ ହୋଇପାରନ୍ତି, ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ନାମର ପ୍ରସ୍ତାବ ରଖିଛନ୍ତି ଏବଂ ଶୀଘ୍ର ଏଥିରେ ମୋହର ଲାଗିପାରେ। ଯଦି ତାଙ୍କ ନିଯୁକ୍ତି ନିଶ୍ଚିତ ହୁଏ, ତେବେ ସେ ଭାରତରେ ସର୍ବାଧିକ କମ ବୟସ୍କ ଆମେରିକା ରାଜଦୂତ ହେବେ।
ଅନ୍ତର୍ଜାତୀୟ ସମ୍ବାଦ ଏଜେନ୍ସି ରଏଟର୍ସ ଅନୁଯାୟୀ, ସର୍ଜିଓ ଗୋର ଗୁରୁବାର ଟାରିଫ ବିଷୟରେ ସ୍ପଷ୍ଟ କରିଛନ୍ତି ଯେ ନୂଆ ଦିଲ୍ଲୀ ଓ ଆମେରିକା ମଧ୍ୟରେ ଏହି ବିଷୟରେ ବହୁତ ଅଧିକ ମତଭେଦ ନାହିଁ। ଆଗାମୀ କିଛି ସପ୍ତାହରେ ଏହି ବିଷୟ ସମାଧାନ ହୋଇଯିବ। କାରଣ ଭାରତ ବିଶ୍ୱରେ ଆମେରିକାର ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ମଧ୍ୟରୁ ଗୋଟିଏ।
ସେନେଟର୍‌ ବିଲ ହେଗର୍ଟି ଭାରତରେ ପରବର୍ତ୍ତୀ ଆମେରିକାନ ରାଜଦୂତଙ୍କ ନାମାଙ୍କନ ଉପରେ କହିଛନ୍ତି ଯେ ଭାରତ ସହିତ ଆମର ସମ୍ପର୍କ ଏବେ ପୂର୍ବରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ, ଆମକୁ ଭାରତରେ ଏମିତି ଏକ ବ୍ୟକ୍ତିର ଆବଶ୍ୟକତା ରହିଛି ଯାହାର ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ସିଧାସଳଖ ଯୋଗାଯୋଗ ରହିଛି। ଯେତେବେଳେ ସର୍ଜିଓ ଗୋର କହିବେ, ସେତେବେଳେ ନୂଆ ଦିଲ୍ଲୀକୁ ପରିଷ୍କାର ହୋଇଯିବ ଯେ ସେମାନେ ରାଷ୍ଟ୍ରପତିଙ୍କ ପକ୍ଷରୁ କଥା କହୁଛନ୍ତି।