ଶେୟାର ବଜାରରେ ହାହାକାର, ୧୪ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ନୂଆଦିଲ୍ଲୀ,୧୩।୩: ବୁଧବାର ଭାରତୀୟ ଶେୟାର ବଜାରରେ ବଡ ଧରଣର ହ୍ରାସ ଦେଖିବାକୁ ମିଳିଛି। ଫଳରେ ନିବେଶକ ପ୍ରାୟ ୧୪ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। ବଜର ଖୋଲିବା ମାତ୍ରେ ସେନସେକ୍ସ ୧୦୦୦ ପଏଣ୍ଟ ହ୍ରାସ ପାଇଥିଲା ବେଳେ ନିଫ୍ଟି ୩୫୦ ପଏଣ୍ଟ ହ୍ରାସ ପାଇଥିଲା। ଦିନର କାରବାର ଆରମ୍ଭରୁ ମିଡ୍ କ୍ୟାପ ଏବଂ ସ୍ମଲ୍ କ୍ୟାପ୍ ହ୍ରାସ ସହିତ ଆରମ୍ଭ ହୋଇଥିଲା। ଅପରାହ୍ନରେ, ସେନ୍ସେକ୍ସ ୧,୧୫୦ ପଏଣ୍ଟ ହ୍ରାସ ପାଇଥିଲା ବେଳେ ନିଫ୍ଟି ୪୩୦ପଏଣ୍ଟ ହ୍ରାସ ପାଇ କାରବାର କରୁଥିଲା।

ସମୁଦାୟ ୨୨୩ ଷ୍ଟକ୍ ସେମାନଙ୍କର ୫୨ ସପ୍ତାହର ସର୍ବନିମ୍ନ ସ୍ତରରେ ପହଂଚିଛନ୍ତି, ଯାହା ବଜାରରେ ପ୍ରଚଳିତ ବ୍ୟାପକ ନକାରାତ୍ମକ ଭାବନାକୁ ଦର୍ଶାଉଛି ଏବଂ କେବଳ ୮୯ ଟି ସେୟାର ବିଏସଇରେ ୫୨ ସପ୍ତାହର ଉଚ୍ଚତାରେ ପହଞ୍ଚିବାରେ ସଫଳ ହୋଇଛି।

ବୁଧବାର କାରବାରରେ ବ୍ୟାଙ୍କିଙ୍ଗ, ଅଟୋ, ଆଇଟି, ଫାର୍ମା, ମେଟାଲ, ମିଡିଆ, ଶକ୍ତି, ଇନଫ୍ରା, ସ୍ୱାସ୍ଥ୍ୟସେବା, ଉପଭୋକ୍ତା ସ୍ଥାୟୀ ଏବଂ ତୈଳ ଏବଂ ଗ୍ୟାସ କ୍ଷେତ୍ରର ସେୟାରରେ ବହୁତ ହ୍ରାସ ଘଟିଛି।

ରିପୋର୍ଟ ଅନୁଯାୟୀ ନିବେଶକମାନେ ୧୪ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ପୂର୍ବ ଅଧିବେଶନର ମୂଲ୍ୟ ୩୮୫.୬୪ ଲକ୍ଷ କୋଟିରୁ ମୋଟ ନିବେଶକଙ୍କ ସମ୍ପତ୍ତି ୩୭୧.୬୯ ଲକ୍ଷ କୋଟିକୁ ହ୍ରାସ ପାଇଛି।

Share
Tags: Share Market