ସର୍ବକାଳୀନ ଉଚ୍ଚତମ ସ୍ତରରେ ସେନସେକ୍ସ, ନିଫ୍ଟି ୨୦୦ ପଏଣ୍ଟ ବଢ଼ିଲା

ମୁମ୍ବାଇ, ୧ ୨।୧: ଶୁକ୍ରବାର ଦିନ ଭାରତୀୟ ଶେୟାର ବଜାରରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ଉଭୟେ ସେନସେକ୍ସ ଏବଂ ନିଫ୍ଟି ନୂଆ ବର୍ଷରେ ନୂଆ ରେକର୍ଡ ସହିତ ସର୍ବକାଳୀନ ଉଚ୍ଚତା ଛୁଇଁଛନ୍ତି। ଶୁକ୍ରବାର ସେନସେକ୍ସ ୮୦୦ ପଏଣ୍ଟରୁ ଅଧିକ ବୃଦ୍ଧି ସହିତ ୭୨,୫୮୯.୩୫ ପଏଣ୍ଟ ଛୁଇଁଥିଲା ବେଳେ ନିଫ୍ଟି ୨୧,୯୦୦ ସ୍ତର ଅତିକ୍ରମ କରିବା ନିକଟତର ହୋଇଛି। ଶେୟର ବଜାରରେ ଦେଖିବାକୁ ମିଳିଥିବା ଏହି ଉତ୍ସାହରେ ହେଭିୱେଟ୍ ଟିସିଏସ ଏବଂ ଇନଫୋସିସରେ ହୋଇଛି।

ଶୁକ୍ରବାର ସେନସେକ୍ସ ୮୦୦ ପଏଣ୍ଟରୁ ଅଧିକ ବୃଦ୍ଧି ସହିତ ୭୨,୫୮୯.୩୫ ପଏଣ୍ଟ ଛୁଇଁଥିଲା ବେଳେ ନିଫ୍ଟି ୨୧,୯୦୦ ସ୍ତର ଅତିକ୍ରମ କରିବା ନିକଟତର ହୋଇଛି। ଶେୟର ବଜାରରେ ଦେଖିବାକୁ ମିଳିଥିବା ଏହି ଉତ୍ସାହରେ ହେଭିୱେଟ୍ ଟିସିଏସ ଏବଂ ଇନଫୋସିସରେ ହୋଇଛି। ସେହିପରି ଟେକ୍ ମହିନ୍ଦ୍ରା, ୱିପ୍ରୋ ଏବଂ ଏଚସିଏଲ ଟେକ୍ ନିଫ୍ଟି ୫୦ ସୂଚକାଙ୍କରେ ଶ୍ରେଷ୍ଠ ପାଞ୍ଚଜଣ ଲାଭକାରୀ ତାଲିକାରେ ରହିଛନ୍ତି, ଯାହା ୩% ରୁ ୭% ମଧ୍ୟରେ ବୃଦ୍ଧି ହାସଲ କରିଛନ୍ତି।

ବୈଶ୍ବିକ ଆର୍ଥିକ ମାନ୍ଦାବସ୍ଥା ଏବଂ ଆଶାଠାରୁ ଆମେରିକାର ମୁଦ୍ରାସ୍ପିତି ଉଚ୍ଚ ରହିବା ପରେ ମଧ୍ୟ ଆମେରିକାର ଶେୟର ବଜାରରେ ଏହାର ପ୍ରଭାବ ସାମାନ୍ୟ ରହିଛି। ସେହିପରି ଜାପାନର ନିକେଇ ଶେୟାର ଶୁକ୍ରବାର ଦିନ ୩୪ ବର୍ଷର ଶିଖରରେ ପହଞ୍ଚିଛି।

Share