୩୦୬ ପଏଣ୍ଟ ଖସିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ,୨୬।୭: ଗତ କିଛି ମାସ ହେବ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କାରଣ ଯୋଗୁ ଭାରତୀୟ ଶେୟାର ବଜାରର କାରବାର ଉପର ତଳ ହେଉଛି। ଫଳରେ କେଉଁ ସପ୍ତାହରେ ବଜାର କାରବାର ଭଲ ରହୁଥିବା ବେଳେ ଆଉ କେଉଁ ସପ୍ତାହରେ ଖରାପ ରହୁଛି। ଏପରିକି ଗତ ସପ୍ତାହରେ ବଜାର କାରବାର ଭଲ ରହିଥିଲା। ହେଲେ ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସରେ ଶେୟାର ବଜାର କାରବାର ହ୍ରାସ ପାଇଛି। ଫଳରେ ଉଭୟ ସେନ୍‌ସେକ୍ସ ଓ ନିଫ୍ଟିରେ ପ୍ରାୟ ୧% ଶେୟାର ହ୍ରାସ ଘଟିଛି। ସୋମବାର ସେନ୍‌ସେକ୍ସ ୩୦୬.୦୧ ପଏଣ୍ଟ (୦.୫୫%) ହ୍ରାସ ଘଟି ୫୫,୭୬୬.୨୨ ଅଙ୍କରେ କାରବାର ବନ୍ଦ କରିଥିବା ବେଳେ ନିଫ୍ଟି-୫୦ରେ ୮୮.୪୫ ପଏଣ୍ଟ (୦.୫୩%) ଖସି ୧୬,୬୩୧ ଅଙ୍କରେ କାରବାର ବନ୍ଦ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ପ୍ରଥମ କାର୍ଯ୍ୟ ଦିବସରେ ବିଶେଷ କରି ବ୍ୟାଙ୍କ, ଆଇଟି ଓ ମେଟାଲ ଭଳି କ୍ଷେତ୍ରରେ ବ୍ୟାପକ କାରବାର ମାନ୍ଦା ରହିବା ଯୋଗୁ ଷ୍ଟକ ବଜାରର ଫଳାଫଳା ଖରାପ ରହିଥିଲା।