‘ବରିଷ୍ଠ ଖବରଦାତା ସନ୍ତୋଷ ପାଢ଼ୀଙ୍କ ଅକାଳ ବିୟୋଗ କରିଛି ମର୍ମାହତ’

ଛତ୍ରପୁର,୨୩ା୧୦(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ସ୍ଥାନୀୟ ଶିବକୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍‌ ପରିସରରେ ଛତ୍ରପୁର ପ୍ରେସ୍‌ କ୍ଳବର ପୂର୍ବତନ ସାଧାରଣ ସମ୍ପାଦକ ତଥା ବରିଷ୍ଠ ଖବରଦାତା ସନ୍ତୋଷ କୁମାର ପାଢ଼ୀଙ୍କ ଅକାଳ ବିୟୋଗରେ ଏକ ଶୋକ ସଭା ଛତ୍ରପୁର ନାଗରିକ କମିଟି ପକ୍ଷରୁ ସଭାପତି ଗୋକୁଳ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ବ୍ରହ୍ମପୁର ଏମ୍‌ପି ପ୍ରତିନିଧି ରୁଈନା ପଟ୍ଟନାୟକ, ନାଗରିକ କମିଟି ସମ୍ପାଦକ ସୁଧୀର କୁମାର ସାହୁ, ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢ଼ୀ, ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀ, ପିଏନୟୁଏ କଲେଜ ଅଧ୍ୟକ୍ଷ ଡ. ରାଜେନ୍ଦ୍ର ଦାଶ, କ୍ୟୁୟସ ଅନୁଷ୍ଠାନ ସମ୍ପାଦକ ଅରୁଣ ଶତପଥୀ, ୧୦ନଂ ଓ୍ବାର୍ଡ କାଉନସିଲର ଦେବାଶିଷ ମିଶ୍ର, ଛତ୍ରପୁର ପ୍ରେସ୍‌ କ୍ଲବର ସଭାପତି ସରୋଜ କୁମାର ସାମଲ, ପୂର୍ବତନ କ୍ଲବ ସଭାପତି ପ୍ରଶାନ୍ତ ମହାରଣା, ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉପଦେଷ୍ଟା ବି. ଶ୍ରୀନିବାସ, ଆଇନଜୀବୀ ଡଃ ପ୍ରଶାନ୍ତ କୁମାର ଶତପଥୀ , ପ୍ରାଧ୍ୟାପକ ଭି. ରାଜେନ୍ଦ୍ର ରାଜୁ, ସିପିଆଇ ଛତ୍ରପୁର ଜୋନାଲ ସମ୍ପାଦକ ଡି. ଆଦିନାରାୟଣ ରେଡ୍ଡୀ, ଶ୍ରମିକ ନେତା ଶଙ୍କର ପ୍ରସାଦ ଦାଶ, ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ, ପୂର୍ବତନ ସମିତି ସଭ୍ୟ ଏନ୍‌. ଦୁର୍ଯ୍ୟୋଧନ ରେଡ୍ଡୀ, ପୂର୍ବତନ କାଉନସିଲର ବି. ରାଜୁବାବୁ, ଯୁବନେତା ଅଟଳ ବିହାରୀ ପଟ୍ଟନାୟକ, ରିକପଲ୍ଲୀ ବ୍ୟବସାୟୀ ସଂଘର ସଭାପତି ଲକ୍ଷ୍ମୀଚରଣ ପଣ୍ଡା, ଶିକ୍ଷାବିତ୍‌ ସୋମନାଥ ସାହୁ, କାଳୁ ଚରଣ ତ୍ରିପାଠୀ, ଶିକ୍ଷକ ଅଜିତ କୁମାର ସେଠୀ, ମନ୍ମଥ ପାଢ଼ୀ, ଶତ୍ରୁଘନ ମହାକୁଡ, ଦିଲେଶର ରେଡ୍ଡୀ, ଯୁବନେତା ବନୋଜ କୁମାର ନାହାକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଖବରଦାତାମାନେ ଯୋଗଦେଇ ସ୍ବର୍ଗତ ପାଢ଼ୀଙ୍କ ସ୍ମୁତିଚାରଣ କରି କହିଥିଲେ ବରିଷ୍ଠ ଖବରଦାତା ସନ୍ତୋଷ ପାଢ଼ୀଙ୍କ ଅକାଳ ବିୟୋଗ ମର୍ମାହତ କରିଛି। ପ୍ରାରମ୍ଭରେ ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରିଥିଲେ। ଏହା ସହ ତାଙ୍କର ଫଟୋଚିତ୍ରରେ ସମସ୍ତେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ନାଗରିକ କମିଟି ସମ୍ପାଦକ ସୁଧୀର କୁମାର ସାହୁ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Dharitri – The Largest & Most Trusted Odia Daily

Share