ଭବାନୀପାଟଣା,୬।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୟପାଟଣାର ବରିଷ୍ଠ ଖବରଦାତା ପ୍ରଭାକର ପଟ୍ଟନାୟକ(୫୧)ଙ୍କ ଶନିବାର ବିଳମ୍ବିତ ରାତିରେ ନିଜ ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଛି। ସେ କଳାହାଣ୍ଡି ଜିଲା ଓଡ଼ିଶା ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟର ପୂର୍ବତନ ସାଧାରଣ ସମ୍ପାଦକ ରହିଥିଲେ। ଏହାସହ ଦୀର୍ଘ ବର୍ଷ ଧରି ସେ ‘ଧରିତ୍ରୀ’ ଖବରକାଗଜରେ ଜୟପାଟଣା ବ୍ଲକ ପ୍ରତିନିଧି ରହି ଅଞ୍ଚଳର ସମସ୍ୟାକୁ ପ୍ରଶାସନ ନିକଟରେ ଉପସ୍ଥାପନ କରୁଥିଲେ। ସେହିପରି ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀର ବିଧାୟକ ଥିବା ସମୟରେ ସେ ବିଧାୟକଙ୍କ ଜୟପାଟଣା ବ୍ଲକ ପ୍ରତିନିଧି ରହିଥିଲେ। ସ୍ଥାନୀୟ ଗୀତା ଭବନ, ରାମମନ୍ଦିର, ବିଭିନ୍ନ ସାମାଜିକ ସଙ୍ଗଠନ ସହ ଜଡିତ ରହି ବିକାଶ ପାଇଁ କାର୍ଯ୍ୟ କରି ଆସୁଥିଲେ। ତାଙ୍କର ଅକାଳ ବିୟୋଗରେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ସାମାଜିକ କର୍ମୀ ଶେଷଦେବ ବେହେରା, ପ୍ରବୀଣ ମୁଣ୍ଡ,ପ୍ରକାଶ ଦୁରିଆ, ରୁଦ୍ର ପାଣିଗ୍ରାହୀ, ବରିଷ୍ଠ କଂଗ୍ରସ ନେତା ହେମନ୍ତ ପଣ୍ଡା, ଗଙ୍ଗାଧର ପାତ୍ର, ଗଙ୍ଗା ମାଝୀ, ଭାରତେନ୍ଦୁ ବେହେରା ,ଦିଲ୍ଲୀପ ବେହେରା ,ସୁବାସ ମୁଣ୍ଡ , ପ୍ରବୀର ବେହେରା, ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ସମ୍ପାଦକ କମ୍ବୁପାଣି ମିଶ୍ର, ଜିଲା ସାଧାରଣ ସମ୍ପାଦକ ସନ୍ତୋଷ ସିଂଦେଓଙ୍କ ସମେତ ଜିଲା ସଂଘ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।