କେସିଙ୍ଗା,୨୯।୫(ତୁମେଶ୍ବର ସାହୁ): କେନ୍ଦ୍ର ତଥା ରାଜ୍ୟ ସରକାର ଜନସାଧାରଣଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି l ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ମାଧ୍ୟମରେ ଭାରତସରକାର ସମସ୍ତ ଜନସାଧାରଣ ମାନଙ୍କୁ ୪୩୬ ଟଙ୍କା ବିନିମୟରେ ୨ ଲକ୍ଷ ମୃତ୍ୟୁ ବୀମା ଯୋଜନା କରିଛନ୍ତି l ଉକ୍ତ ଯୋଜନାର ଲାଭ ଉଠାଇଛନ୍ତି କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବେଲଖଣ୍ଡି ଗ୍ରାମ ପଞ୍ଚାୟତର ଫଲସାପଡା ଗ୍ରାମର ନର ଭୋଇଙ୍କ ଝିଅ ମଞ୍ଜୁରୀ ଭୋଇl ମଞ୍ଜୁରୀ ଭୋଇ ଦୀର୍ଘ ଦିନରୁ ଗ୍ରାମର ଚୈତନ୍ୟ ଠାକୁର ସ୍ବୟଂ ସହାୟକ ଗୋଷ୍ଠୀରେ ସଭ୍ୟା ଭାବରେ କାମ କରି ଆସୁଥିଲେ। ସେ ଓଡିଶା ଗ୍ରାମୀଣ ବ୍ୟାଙ୍କ ବେଲଖଣ୍ଡି ଶାଖାରେ ଗୋଟିଏ ସଞ୍ଚୟ ଖାତା ଖୋଲି ୪୩୬ ଟଙ୍କା ବିନିମୟରେ ଏକ ଜୀବନ ବୀମା ଜମା କରିଥିଲେ l କୌଣସି କାରଣ ବଶତଃ ଗତ ୨୦୨୪ ମସିହା ନଭେମ୍ବର ୨୪ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। କିଛି ଦିନ ପରେ ତାଙ୍କ ଭଣଜା ନିମାଇ ଚରଣ ଭୋଇ ମୃତ୍ୟୁ ପ୍ରମାଣ ପତ୍ର ନେଇ ବ୍ୟାଙ୍କରେ ମୃତ୍ୟୁ ବୀମା ପାଇଁ ଆବେଦନ କରିଥିଲେ l ଗତ ମଙ୍ଗଳବାର ଓଡିଶା ଗ୍ରାମୀଣ ବ୍ୟାଙ୍କ ବେଲଖଣ୍ଡି ଶାଖାପକ୍ଷରୁ ମୃତକଙ୍କ ପରିବାର କୁଶାଖା ପରିଚାଳକ ସୌରଭ ସିକଦାର,କ୍ୟାସିଅର ଶିବଶଙ୍କର ମାଝୀ, ରିଙ୍କୁ ଚନ୍ଦନ, ବ୍ୟାଙ୍କ ମିତ୍ର ସୁନନ୍ଦା ରେଡି ପ୍ରମୁଖ ଉପସ୍ଥିତ ରହି ୨ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଗାମୀ ଦିନ ମାନଙ୍କରେ ସମସ୍ତେ ଏହି ବୀମା କରି ଉପକୃତ ହୁଅନ୍ତୁ ବୋଲି ଶାଖା ପରିଚାଳକ ସୌରଭ ପ୍ରକାଶ କରିଛନ୍ତି।