ଟାର୍ଗେଟ୍‌ରେ ଥିଲେ ସୁରକ୍ଷାକର୍ମୀ: ଜଙ୍ଗଲରୁ ମିଳିଲା ୬୦୦ ଡିଟୋନେଟର

ବାଲିଗୁଡା,୧୭।୭:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଣ୍ଟି ନକ୍ସଲ ଅପରେସନ ମୁଖ୍ୟଙ୍କ ନିର୍ଦ୍ଦେଶରେ କନ୍ଧମାଳ ଏସ୍‌ପି ହରିଶ ବିଶିଙ୍କ ଦ୍ୱାରା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ଡିଭିଏଫ୍‌ ଯବାନ କୋମ୍ବିଂ ଅପରେସନ ବେଳେ ଗୁମ୍ମା ଜଙ୍ଗଲରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ ହୋଇଛି।

ଗୁମ୍ମା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ସମ୍ପର୍କରେ ସୂଚନା ପାଇ କନ୍ଧମାଳ ଏସ୍‌ପି ଅପରେସନ ପ୍ରସ୍ତୁତ କରିଥିଲେ । କୋଟଗଡ଼ ଥାନା ଅନ୍ତର୍ଗତ ଗୁମ୍ମା ଜଙ୍ଗଲରେ ଡିଭିଏଫର ଗୋଟିଏ ୟୁନିଟ ସହିତ ବୋମା ନିଷ୍କ୍ରିୟକାରୀ ଟିମ୍‌ ଅପରେସନ ଆରମ୍ଭ କରିଥିଲେ। ଅପରେଶନ ବେଳେ ପ୍ରାୟ ୬୦୦ ଡିଟୋନେଟର ଏବଂ ଗୋଟିଏ ରିମୋଟ ସହ ବ୍ୟାପକ ପରିମାଣର ମାଓବାଦୀ ସାମଗ୍ରୀ ଉଦ୍ଧାର କରାଯାଇଛି। ଯବାନଙ୍କୁ ଟାର୍ଗେଟ କରି ଏହି ଡିଟୋନେଟର ଖଞ୍ଜା ଯାଇଥିବା ଅନୁମାନ କରାଯାଉଛି।