ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ ସିଆରପିଏଫ ଯବାନଙ୍କ ମିଳିତ କୋମ୍ବିଂ ଅପରେଶନ ବେଳେ ବିଲାମାଳ ପଞ୍ଚାୟତର ମୁଣ୍ଡିମାସ୍କା ଜଙ୍ଗଲରେ ସୁରକ୍ଷାକର୍ମୀ ମାଓବାଦୀ ମୁହାଁମୁହିଁ ହେବା ପରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ପରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଏବେ ବି ଏସ୍‌ଓଜି ଓ ସିଆର୍‌ପିଏଫ୍‌ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି। ସମ୍ପୃକ୍ତ ଜଙ୍ଗଲରେ ସୁରକ୍ଷାକର୍ମୀ ମାଓବାଦୀ କ୍ୟାମ୍ପ ଠାବ କରିବା ସହ ସେଠାରୁ ଗୋଟିଏ ବନ୍ଧୁକ ସମେତ ଖାଇବା ସାମଗ୍ରୀ ଏବଂ ଅନେକ ମାଓବାଦୀ ସାମଗ୍ରୀ ଜବତ ହୋଇଛି।

Dharitri – Odisha’s No.1 Odia Daily