ରିଭଲଭର ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମସ୍ଥଳକୁ ପଶିଲେ ଜଣେ ବ୍ୟକ୍ତି

ଲକ୍ଷ୍ନୌ,୨୨।୧୦: ଉତ୍ତରପ୍ରଦେଶର ବସ୍ତି ଜିଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ଧରଣର ଅବହେଳା ଦେଖିବାକୁ ମିଳିଛି। ଯୋଗୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଜଣେ ବ୍ୟକ୍ତି ଲାଇସେନ୍ସପ୍ରାପ୍ତ ରିଭଲଭର ସହିତ ଅଡିଟୋରିୟମକୁ ପ୍ରବେଶ କରିଥିଲେ। ତେବେ ଡ୍ୟୁଟିରେ ଥିବା ସିଓ ଉକ୍ତ ବ୍ୟକ୍ତିଙ୍କୁ ଦେଖି ତାଙ୍କୁ ଅଡିଟୋରିୟମରୁ ବାହାର କରି ଦେଇଥିଲେ। ଅଧିକାରୀଙ୍କ କହିବାନୁସାରେ, ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପ୍ରତି ଅବହେଳା ଯୋଗୁ ପୋଲିସ ପ୍ରଶାସନରେ ଉତ୍ତେଜନା ଦେଖାଦେଇଥିଲା। ଅବହେଳା ପାଇଁ ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ତିନି ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ଚିଠି ଲେଖାଯାଇଛି। ବସ୍ତି ଏସପି ଆଶିଷ ଶ୍ରୀବାସ୍ତବ ଜିଲାର ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ଅନ୍ୟ ଜିଲାର ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସପି ଉଚ୍ଚ ପଦାଧିକାରୀଙ୍କୁ ଚିଠି ଲେଖିଛନ୍ତି।
ବସ୍ତିରେ ମୁଖ୍ୟମନ୍ତ୍ରୀଙ୍କ ଏକ କାର୍ଯ୍ୟକ୍ରମ ଅଛି ବୋଲି ଏସପି କହିଛନ୍ତି। ମୁଖ୍ୟମନ୍ତ୍ରୀ ଆସିବାର ୪୫ ମିନିଟ ପୂର୍ବରୁ, ଜଣେ ବ୍ୟକ୍ତି ଲାଇସେନ୍ସପ୍ରାପ୍ତ ରିଭଲଭର ସହିତ ଅଡିଟୋରିୟମକୁ ପ୍ରବେଶ କରିଥିଲେ। ସେ କହିଛନ୍ତି ଯେ ୭ ଜଣ ପୋଲିସ କର୍ମଚାରୀଙ୍କ ଅବହେଳା ସାମ୍ନାକୁ ଆସିଛି। ଏଥିମଧ୍ୟରୁ ଚାରିଜଣ ପୋଲିସ ବସ୍ତିରେ, ଦୁଇଜଣ ସିଦ୍ଧାର୍ଥ ନଗରରେ ଏବଂ ଜଣେ ସାନ୍ତ କବୀର ନଗରରେ କାର୍ଯ୍ୟରତ ଥିଲେ।