ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ, ୬ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର…

ଶ୍ରୀନଗର,୧୨।୧୦: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ ଜଣେ ଜେସିଓ ଏବଂ ୪ ଜଣ ଯବାନ ଆତଙ୍କବାଦୀଙ୍କ ସହିତ ମୁହାଁମୁହିଁ ହୋଇ ଶହୀଦ୍‌ ହୋଇଥିଲେ। ଏହାର ୨୪ ଘଣ୍ଟା ମଧ୍ୟରେ ମିଳିତ ସୁରକ୍ଷାକର୍ମୀ ପ୍ରତିଶୋଧ ନେଇଛନ୍ତି। ସୁରକ୍ଷାକର୍ମୀଙ୍କ ଅଲ୍‌ ଆଉଟ୍‌ ଅପରେଶନ ସଫଳ ରହିଛି। ଏନ୍‌କାଉଣ୍ଟରରେ ୬ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।

ସେଥିମଧ୍ୟରେ ଅନନ୍ତନାଗରେ ଜଣେ, ବନ୍ଦିପୋରାରେ ଜଣେ, ଶୋପିଆନ୍‌ରେ ୪ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଗଡ଼ିଛି। ମଙ୍ଗଳବାର ସକାଳେ ଶୋପିଆନ୍‌ର ଫେରିପୋରାରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହା ପୂର୍ବରୁ ସୋମବାର ବିଳମ୍ବିତ ରାତ୍ରିରେ ଶୋପିଆନ୍‌ର ତୁଲରାନ୍‌ ଅଞ୍ଚଳରେ ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

Share