କାହିଁକି ସରୁନି ପ୍ରକଳ୍ପ ପଚାରି ବୁଝିଲେ ସଚିବ

ଗଞ୍ଜାମ,୯ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ମଲାଡ଼ରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ପଞ୍ଚାୟତରାଜ ବିଭାଗ ସଚିବ ତଥା କମିଶନର ଗିରିଶ ଏସ୍‌.ଏନ୍‌ ପରିଦର୍ଶନ କରିଛନ୍ତି।

ଏହି ପ୍ରକଳ୍ପ ୨୦୧୮ରୁ ଆରମ୍ଭ ହୋଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାହିଁକି ସମ୍ପୂର୍ଣ୍ଣ ହୋଇନାହିଁ ସେ ସମ୍ପର୍କରେ ପଚାରି ବୁଝିଛନ୍ତି। ପ୍ରକଳ୍ପରୁ କେତେ ପରିମାଣର ଜଳ ଯୋଗାଣ ହେଉଛି, ଉଚ୍ଚ ସ୍ଥାନକୁ ପାଣି ଯୋଗାଣ ସମୟରେ କେଉଁ ସମସ୍ୟା ସୃଷ୍ଟି ହେଉଛି। ପ୍ରକଳ୍ପରେ କର୍ମଚାରୀ ସଂଖ୍ୟା, ସେମାନଙ୍କ ଯୋଗ୍ୟତା ସମ୍ଭନ୍ଧରେ ବୁଝିଥିଲେ। ବ୍ଲକ୍‌ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଚ୍ୟୁନନ୍ଦ ଜାନି, ସ୍ଥାନୀୟ ସରପଞ୍ଚ ମମତା ବେହେରା, ସୁପରିଟେଣ୍ଡ ଇଞ୍ଜିନିୟର ବିକାଶ ପତି, ଏସଡିଓ ସନ୍ତୋଷ ଦାଶ, ସହକାରୀ ନିର୍ବାହୀ ଯନ୍ତ୍ରୀ ଅଚ୍ୟୁତାନନ୍ଦ ପଟ୍ଟନାୟକ, ଯନ୍ତ୍ରୀ ସୌମ୍ୟରଞ୍ଜନ ସାହୁ, ସପନ ପାଢ଼ୀ, ପ୍ରକଳ୍ପ ପିଏମ୍‌ ବ୍ରହ୍ମାନନ୍ଦ ରେଡି, ଏଏମ ଭେଙ୍କେଟଶ, ଲ୍ୟାବ ଆସିଷ୍ଟାଣ୍ଡ ଅରୁଣ ମହାପାତ୍ର, ପିଇଓ କେ.ପୋଟଡୁ ପ୍ରମୁଖ ଉପସ୍ଥିତ ଥିଲେ।