ଗଞ୍ଜାମରେ ଦ୍ୱିତୀୟ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ

ବ୍ରହ୍ମପୁର ଅଫିସ,୭।୮: ଗଞ୍ଜାମ ଜିଲାରେ ଶୁକ୍ରବାର ପୁଣି ଜଣେ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହା ହେଉଛି ଦ୍ୱିତୀୟ ପଜିଟିଭ୍‌ ବୋଲି ଜିଲା ମ୍ୟାଲେରିଆ ଅଧିକାରୀ ଡା. ସନ୍ତୋଷ ପାଢ଼ୀ ସୂଚନା ଦେଇଛନ୍ତି। ଚିହ୍ନଟ ହୋଇଥିବା ରୋଗୀ ଜଣେ ଯୁବତୀ। ସେ ଗତ କିଛିଦିନ ତଳେ ଭୁବନେଶ୍ୱରରୁ ଫେରିଥିଲେ। ଗତ ୧ ତାରିଖରେ ତାଙ୍କୁ ଜ୍ୱର ହୋଇଥିଲା। ୩ ତାରିଖରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡେଙ୍ଗୁ ପରୀକ୍ଷା ପରେ ତାଙ୍କର ନମୁନା ପଜିଟିଭ୍‌ ଆସିଛି। ତାଙ୍କୁ ମେଡିକାଲ ଡେଙ୍ଗୁ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି।