କେଓ୍ବଡ଼ିଆରୁ ସାବରମତି ସି-ପ୍ଲେନ୍‌ ସେବା ଆରମ୍ଭ: ଉଡ଼ିଲେ ମୋଦି

ଅହମଦାବାଦ,୩୧।୧୦: ଗୁଜରାଟର କେଓ୍ବଡ଼ିଆରୁ ସାବରମତି ସି-ପ୍ଲେନ୍‌ ସେବା ଆରମ୍ଭ ହୋଇଛି। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିମାନରେ ଉଡ଼ିଛନ୍ତି। ଜଳ ବିମାନ ବନ୍ଦରରୁ ଏହି ବିମାନ ଉଡ଼ିବା ଆରମ୍ଭ କରିଛି। ବିମାନଟି କମ୍‌ ଇନ୍ଧନରେ ମଧ୍ୟ ଉଡ଼ାଣ କରିପାରିଥାଏ। ଏହାର ଓଜନ ୩ ହଜାର ୩୭୭ କିଲୋଗ୍ରାମ୍‌ ରହିଛି। ଏଥିରେ ହଜାରେ ୪୧୯ ଲିଟର ପର୍ଯ୍ୟନ୍ତ ଇନ୍ଧନ ଭର୍ତ୍ତି କରାଯାଇପାରିବ। ଘଣ୍ଟାଏ ଉଡ଼ିଲେ ଏହି ବିମାନରେ ୨୭୨ ଲିଟର ଇନ୍ଧନ ଖର୍ଚ୍ଚ ହୋଇଥାଏ। ବିମାନର ଓଜନ ହାଲକା ଥିବାରୁ ଏଥିରେ କମ ଇନ୍ଧନ ଖର୍ଚ୍ଚ ହୋଇଥାଏ।