ଅଚେତ ହୋଇ ରାସ୍ତାରେ ପଡ଼ିଥିଲେ ବ୍ୟକ୍ତି, ଉଦ୍ଧାର କରି ନିଜ ଗାଡ଼ିରେ ମେଡିକାଲ ନେଲେ ଛତ୍ରପୁର ଏସ୍‌ଡିପିଓ

ଛତ୍ରପୁର, ୧୯।୭ (ଦିଲ୍ଲୀପ ସାମଲ): ଛତ୍ରପୁର ଜାତୀୟ ରାଜପଥ ଏକ୍ରାମ ନଗର ସ୍ଥିତ ସର୍ଭିସ ରୋଡ଼ରେ ଜଣେ ବ୍ୟକ୍ତି ଆହତ ହୋଇ ଅଚେତ ଅବସ୍ଥାରେ ରାସ୍ତାରେ ପଡିରହିଥିଲେ। ଛତ୍ରପୁର ପୋଲିସ ଏସ୍‌ଡିପିଓ ଚନ୍ଦନ ଘଡେଇ ତାଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଛତ୍ରପୁର ମେଡିକାଲ ନେଇଥିଲେ । ଆହତ ବ୍ୟକ୍ତିଜଣଙ୍କ ହେଲେ ସୁରେନ୍ଦ୍ର ନାଥ ମହାଙ୍କୁଡ଼। ସେ ପୋର୍ଟ ରେ କାମ କରୁଥିବା ଜଣା ପଡିଛି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି।

Share