ଦାରିଙ୍ଗବାଡି, ୫ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ୩ ଦିନିଆ ସ୍କାଉଟ୍ସ ଓ ଗାଇଡସ୍ ଶିବିର ଅପରାହ୍ନରେ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ କନ୍ଧମାଳ ଜିଲା ଶିକ୍ଷା ଅଧିକାରୀ ତଥା ସ୍କାଉଟର ଜିଲା ମୁଖ୍ୟ କମିଶନର ରାଜେଶ କୁମାର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଫୁଲବାଣୀ ଏଜେଓ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ତଥା ସ୍କାଉଟ ଓ ଗାଇଡସ୍ର ଡିସିଓ ରାକେଶ ବିଶୋଇ ମଞ୍ଚରେ ସଂଯୋଜନା କରିଥିବାବେଳେ ଅନ୍ୟ ଅତିଥିଙ୍କ ମଧ୍ୟରେ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିଶିର କୁମାର ପଟ୍ଟନାୟକ, ଜିଲା ସ୍କାଉଟ ଗାଇଡର ସୁଶ୍ରୀ ପୁନମ,ସହ ସମ୍ପାଦକ ରଙ୍କନିଧି ବେହେରା, ସ୍କାଉଟ ଓ ଗାଇଡର ଜିଲା ସମ୍ପାଦକ ସଞ୍ଜୟ କୁମାର ପାତ୍ର ପ୍ରମୁଖ ମଞ୍ଚାସିନ ରହିଥିଲେ। ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବାକୁ ରହିଥିବାବେଳେ ଜିଲାର ବିଭିନ୍ନ ବିଦ୍ୟାଳୟର ଶତାଧିକ ଛାତ୍ରୀଛାତ୍ର ଏଥିରେ ଅଂଶଗ୍ରହଣ କରିଛନ୍ତି । ସନ୍ଧ୍ୟାରେ ସ୍କାଉଟସ ଓ ଗାଇଡସର ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚଦୁଲୁକି ଉଠିଥିଲା।