Categories: Home Leftଖେଳ

ଟି୨୦ ବିଶ୍ୱକପ୍‌ର ମେନ୍‌ ଇଭେଣ୍ଟରେ ଦୁଇ ଦଳ

ଅଲ ଅମେରାଟ,୨୨।୧୦: ଟି୨୦ ବିଶ୍ୱକପ୍‌ର ମେନ ଇଭେଣ୍ଟରେ ପ୍ରବେଶ କରିଛନ୍ତି ବାଂଲାଦେଶ ଓ ସ୍କଟଲାଣ୍ଡ। ଗ୍ରୁପ୍‌ ବି’ରେ ଦୁଇ ଦଳ ସେମାନଙ୍କ ଅନ୍ତିମ ମ୍ୟାଚ୍‌କୁ ଜିତି ବିଶ୍ୱକପ୍‌ର ସୁପର- ୧୨ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛନ୍ତି।

ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ସ୍କଟଲାଣ୍ଡ ୮ ଉଇକେଟରେ ଓମାନକୁ ହରାଇ ଦେଇଛି। ଏହା ସ୍କଟଲାଣ୍ଡର କ୍ରମାଗତ ତୃତୀୟ ବିଜୟ। ଏହି ବିଜୟ ସହ ଗ୍ରୁପ୍‌ ବି’ର ଶୀର୍ଷରେ ରହି ସ୍କଟ୍‌ଲାଣ୍ଡ ପାଦ ଦେଇଛି ସୁପର- ୧୨ ପର୍ଯ୍ୟାୟରେ। ସେହିଭଳି ବାଂଲାଦେଶ ୮୪ ରନ୍‌ର ବୃହତ୍‌ ବ୍ୟବଧାନରେ ପପୁଆ ନ୍ୟୁ ଗିନି (ପିଏନ୍‌ଜି)କୁ ହରାଇ ଆଗକୁ ବଢ଼ିଛି। ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୧୮୧ ରନ୍‌ କରିଥିବା ବେଳେ ପିଏନ୍‌ଜି ୯୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ମ୍ୟାଚ୍‌ରେ ୪୬ ରନ୍‌ କରିବା ସହ ଶାକିବ ଅଲ ହାସନ ୪ ଓଭରରେ ମାତ୍ର ୯ ରନ୍‌ ଖର୍ଚ୍ଚ କରି ୪ ଉଇକେଟ ନେଇଥିଲେ। ଏଭଳି ଅଲରାଉଣ୍ଡିଂ ପ୍ରଦର୍ଶନ କାରଣରୁ ତାଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି।