କୁଆଁରମୁଣ୍ଡା,୨୬ା୪(ମହେନ୍ଦ୍ର କୁମାର ସାହୁ): ଝାଡ଼ଖଣ୍ଡ ରାଜ୍ୟ ଚତରାରେ ଶନିବାର ଏକ ସ୍କର୍ପିଓ ରାସ୍ତା ପାଶର୍ବରେ ଥିବା ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ସୁନ୍ଦରଗଡ଼ ଜିଲା ରାଏବୋଗା ଥାନାର ହୋମ୍ଗାର୍ଡ ରଶ୍ମିରଞ୍ଜନ ସାହୁ ଗୁରୁତର ଆହତ ହୋଇ ରାଞ୍ଚତ୍ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ତ୍ରୀ, ଶାଶୁ ଓ ଦେଢ଼ ଶାଶୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି।
ରାଞ୍ଚତ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି। ସେହିପରି ରାଏବୋଗା ଥାନା ଅଧିକାରୀ ପ୍ରହଲ୍ଲାଦ ପ୍ରଧାନଙ୍କ ସୂଚନା ଅନୁଯାୟୀ,ଗତ ସପ୍ତାହେ ତଳେ ହୋମ୍ଗାର୍ଡ ରଶ୍ମିରଞ୍ଜନ ଝାଡ଼ଖଣ୍ଡର ଚତରା ଅଞ୍ଚଳରେ ବିବାହ କରିଥିଲେ। ଗତ ୨ଦିନ ତଳେ ସେ ନିଜ ସ୍ତ୍ରୀ ସହ ଶ୍ୱଶୁର ଘରକୁ ଯାଇଥିଲେ। ଶନିବାର ସେ ସେହି ଅଞ୍ଚଳରେ କାଳୀ ମନ୍ଦିରକୁ ଶ୍ୱଶୁର ଘର ଲୋକଙ୍କ ନେଇ ଏକ ସ୍କର୍ପିଓ ଚଳାଇ ଯାଇଥିଲେ। ହେଲେ ମନ୍ଦିରରୁ ଶ୍ୱଶୁର ଘରକୁ ଫେରିବା ବାଟରେ ଚତରା ନିକଟରେ ଭାରସାମ୍ୟ ହରାଇ ସ୍କର୍ପିଓଟି ରାସ୍ତା ପାଶର୍ବରେ ଥିବା ଏକ ପୁରାତନ ପିଟି ହୋଇ ଓଲଟି ପଡିଥିଲା।