ହଠାତ୍‌ ହୁତୁହୁତୁ ହୋଇ ଜଳିଗଲା ସ୍କୁଟି: ଦେଖନ୍ତୁ Video

ଉଦଳା, ୫।୩(ସନ୍ତୋଷ କୁମାର ବାଛିନୀ): ହୁତୁହୁତୁ ହୋଇ ଜଳିଯାଇଛି ସ୍କୁଟି। ଅଚାନକ ସ୍କୁଟିରେ ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଛି। ସୂଚନାଯୋଗ୍ୟ, ଉଦଳା ଥାନା ଛକ ନିକଟରେ ସବ ଜଜ୍‌ଙ୍କ କାଟର ସମ୍ମୁଖରେ ଗେଟ ବାହାରେ ଏକ ସ୍କୁଟି ଛିଡା ହୋଇଥିଲା। ଅଚାନକ ଭାବେ ସ୍କୁଟିଟି ଜଳିବା ଆରମ୍ଭ କରିଥିଲା। ଯାହା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପାଟି କରିବାରୁ ଗାଡିର ମାଲିକ ପଞ୍ଚାନନ ଦାସ ସେଠାରେ ପହଞ୍ଚି ସ୍କୁଟି ଜଳୁଥିବା ଦେଖିଥିଲେ। ଏହା ସହିତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

 

Dharitri – Odisha’s No.1 Odia Daily

 

Share