ସ୍କୁଟି ଉପରକୁ ଚଢ଼ି ଗଲା କାର୍‌

ବଲାଙ୍ଗୀର,୨୩।୨(ସୁନିଲ କୁମାର ମହାନ୍ତି ):ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ଗେଟ ସମ୍ମୁଖରେ  ରାସ୍ତା କଡରେ ଥିବା ଏକ ମଟର ସାଇକେଲ ଗ୍ୟାରେଜ ଦୋକାନ ଭିତରକୁ ଜଣେ କାର ଚାଳକ ଭାରସାମ୍ୟ ହରାଇ  ଏକ ସ୍କୁଟି ଉପରକୁ ଚଢ଼ାଇ ଦେଇଛନ୍ତି।
ଗ୍ୟାରେଜରେ କାମ କରିବା ପାଇଁ ସ୍କୁଟିକୁ ଦୋକାନ ସମ୍ମୁଖରେ ରଖାଯାଇଥିଲା। ସନ୍ଧ୍ୟା ସମୟରେ ଗ୍ୟାରେଜ ଭିତରେ କାମ କରୁଥିବାବେଳେ ହଠାତ୍‌ ଏକ ବଡ଼ ଶବ୍ଦ କରି କାରଟି ଦୋକାନ ଆଡ଼କୁ ମାଡି ଆସିଥିଲା । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଦୋକାନୀ ମାଲିକ ଓ  ଗ୍ୟାରେଜରେ କାମ କରୁଥିବା କାରିଗର। ମଟରସାଇକେଲ ସଜାଡିବା ପାଇଁ ଗ୍ୟାରେଜକୁ ଆସିଥିବା ଲୋକମାନେ ଦୋକାନ ସମ୍ମୁଖରେ ନ ଥିବାରୁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା କୁହାଯାଇଛି ।
Dharitri – Odisha’s No.1 Odia Daily

Share